କନକ ବ୍ୟୁରୋ : ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଆସିଲାନି ୧୦୮ ଆମ୍ବୁଲାନ୍ସ । ଟ୍ରଲିରେ ପତ୍ନିଙ୍କୁ ମେଡିକାଲ ନେଲେ ସ୍ୱାମୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରସୁଲପୁର ବ୍ଲକର ଗୋପାଳପୁର ଗାଁର ଟ୍ରଲି ଚାଳକ ଇଶ୍ୱର ମଲ୍ଲିକଙ୍କ ସ୍ତ୍ରୀ ଜ୍ୱରରେ ପୀଡିତଥିଲେ । ଜ୍ୱର ବଢିବାରୁ ସେ ଆମ୍ବୁଲାନ୍ସ ନମ୍ବରକୁ ଫୋନ କରିଥିଲେ ।

Advertisment

କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ଏକ ଟ୍ରଲିରେ ସ୍ତ୍ରୀଙ୍କୁ ଗୋପାଳପୁରରୁ ଧର୍ମଶାଳା ମେଡିକାଲ ଆଣଥିଲେ ସ୍ୱାମୀ । ସବୁଠୁ ବଡ଼ କଥା ହେଉଛି ରାସ୍ତାରେ ଟ୍ରଲିରେ ସ୍ତ୍ରୀ ନେଇ ଯାଉଥିବା ବେଳେ ସେହିପଟେ ଆମ୍ବୁଲାନ୍ସ ପାସ କରୁଛି କିନ୍ତୁ କେହି ତାଙ୍କୁ ମେଡିକାଲ ନେଇନଥିଲେ । ଶେଷରେ ସ୍ତ୍ରୀ ଚଗଲି ମଲ୍ଲିକଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଛନ୍ତି ଇଶ୍ୱର ।