କନକ ବ୍ୟୁରୋ : ପାଞ୍ଚ ଦିନ ପରେ ଆଠଗଡ଼ ମହାନଦୀରେ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ । ଛେଳି ଚରାଇବାକୁ ଯାଇଥିବା ବେଳେ ମାଡ଼ି ଆସିଥିଲା ବନ୍ୟାଜଳ । ଅମଙ୍ଗେଇକୁଦ ଟାପୁରୁ କୂଳକୁ ଫେରି ପାରିନଥିଲେ ୨ ଜଣ । ଖବର ପାଇ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବାପ-ପୁଅଙ୍କୁ ଠାପୁରୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

Advertisment

ସେପଟେ, କୁଶଭଦ୍ରା ନଦୀବନ୍ଧରେ ଘାଇ । ଜଳମଗ୍ନ ହେବ ୭ ପଞ୍ଚାୟତ । ପ୍ରଭାବିତ ହେଲେ ୫୦ ହଜାର ଲୋକେ । ଘାଇଟି ବଢୁଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଲାଣି । ଜଳସମ୍ପଦ ବିଭାଗ ଅବହେଳା ଯୋଗୁ ଘାଇ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

କୁଶଭଦ୍ରା ନଦୀ ବନ୍ଧ ମରାମତି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ନଦୀରେ ଥିବା କଲଭର୍ଟ ଗୁଡିକ ମରାମତି ନହୋବାରୁ ଘାଇ ହୋଇଛି । ଅନ୍ୟପଟେ ମଳିଆତୁଠ, ସୁଜାନଗର , ପାଇକସାହି ଆଦି ସ୍ଥାନ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ।