ପିଶାଚ ବାପାର ନୃଶଂସ କାଣ୍ଡ : ତିନି ବର୍ଷର ଝିଅକୁ ହତ୍ୟା, ଆଉ ୪ ଜଣଙ୍କୁ କଲା ଗୁରୁତର

2,310

କନକ ବ୍ୟୁରୋ : ପିଶାଚ ବାପାର ନୃଶଂସ କାଣ୍ଡ । ଫାର୍ସାରେ ହାଣି ତିନି ବର୍ଷର ଝିଅକୁ ହତ୍ୟା କରିଛି ନୃଶଂସ ବାପା । ଏଥିସହ ଆଉ ୩ ଝିଅ ଓ ପତ୍ନୀଙ୍କୁ ବି ଆକ୍ରମଣ କରିଥିଲା ଏହି ଅମିଣଷ । ଗୁରୁତରମାନଙ୍କୁ ଗଡପୋଷ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏଭଳି ଏକ ଲୋକଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅଧିନ ଯୌତୁକବାହାଲ ଗାଁରେ । ହତ୍ୟାକାଣ୍ଡ ଘଟାଇବା ପରେ ଏଭଳି କାଣ୍ଡ ଘଟାଇଥିବା ବାପା ସୁଖୁ ଓରାମ ନିଜେ ମଧ୍ୟ ବେକ କାଟି ଦେଇଛି । ଖବର ପାଇଁ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଁଚି ସୁଖୁ ଓରାମଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଇଥିବା ଜଣାପଡିଛି । ତେବେ ଏଭଳି କାଣ୍ଡ ଘଟାଇବା ପଛର କାରଣ କଣ ଜଣାପଡିନାହିଁ ।