କନକ ବ୍ୟୁରୋ : ସୋସିଆଲ ମିଡିଆରେ କେବେ କଣ ଭାଇରାଲ ହୋଇଯାଏ ତାହା କେହି କହିପାରିବେ ନାହିଁ । ସାଧାରଣତଃ ଲୋକଙ୍କୁ ଅଧିକ ପସନ୍ଦ ଆସୁଥିବା ଭିଡିଓ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଠିକ୍ ସେହିଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାଙ୍କ ଗୀତ ଶୁଣି କେତେକ ସୋସିଆଲ୍ ମିଡିଆ ୟୁଜର୍ସ ଭଲ କିମ୍ବା ଖରାପ କହୁଥିବା ବେଳେ ଆଉ କେତେକ ୟୁଜର୍ସ ହସି ହସି ନାକେଦମ୍ ହୋଇଛନ୍ତି ।

Advertisment

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବ୍ୟକ୍ତି ଜଣକ କେଉଁ ସ୍ଥାନର, ତାଙ୍କର ନାଁ କଣ ତାହା ଜଣା ନଥିଲେବି ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଭଳି ବ୍ୟାପିଚାଲିଛି । ଲୋକେ ତାଙ୍କ ଗୀତ ଶୁଣି ମଜାରେ ତାଙ୍କୁ ‘ଡିଜେ ବାଲେ ବାବୁ’ ନାଁରେ ଡାକୁଛନ୍ତି । ଯଦି ଆପଣ ଇଂଷ୍ଟାଗ୍ରାମ୍ କିମ୍ବା ଫେସବୁକ୍ ବ୍ୟବହାର କରୁଥିଲେ ତାହେଲେ ଆପଣ ବି ନିଶ୍ଚୟ ଏହି ବ୍ୟକ୍ତିଙ୍କୁ ଦେଖିଥିବେ ।

ଇଂଷ୍ଟାଗ୍ରାମରେ ଭାଇରାଲ୍ ହେଉଥିବା ଭିଡିଓକୁ ମାତ୍ର ୫ଦିନ ମଧ୍ୟରେ ମିଲିଅନ୍ ମିଲିୟନ୍ ଭିୟୋର୍ସ ଦେଖିସାରିଥିବା ବେଳେ ହଜାର ହଜାର ଲାଇକ୍ ଏବଂ ସେୟାର ହୋଇଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ହଜାର ହଜାର କମେଣ୍ଟ ବି ଏହି ଭିଡିଓରେ ଆସିଛି । ଯେଉଁଥିରେ ଜଣେ ୟୁଜର୍ସ ହିନ୍ଦିରେ ଲେଖିଛନ୍ତି ‘କାହାଁସେ ଆତେ ହେ ୟେ ଲୋଗ’ ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ଇଏ ତ ଡିଜେ ବାଲେ ବାବୁ’ ଡିଜେ ବାଲା ଏପରି ବାଜା ବଜାଇଥାଏ । ଏହିଭଳି ଅନେକ କମେଣ୍ଟ୍ ଏହି ଭିଡିଓରେ ଆସିଥିବା ଦେଖିବାକୁ ମିଳିଛି