ପକ୍ଷୀର ଜୀବନ ବଞ୍ଚାଇବା ପାଇଁ, ନିଜ ଜୀବନକୁ ବାଜିରେ ଲଗାଇଦେଲେ ଯୁବକ । ଦେଖନ୍ତୁ ଭିଡ଼ିଓ । 

86

କନକ ବ୍ୟୁରୋ : ସ୍ୱାର୍ଥବାଦୀ ଦୁନିଆରେ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ । ଅନେକ ଲୋକଙ୍କ ଠାରେ ମାନବିକତା ଦେଖିବାକୁ ମିଳୁନାହିଁ । ଅସୁବିଧାରେ ପଡି କେହି ସହାୟତା ମାଗିଲେ ବାଟ କାଟି ଚାଲିଯାଆନ୍ତି ଲୋକେ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ମଣିଷ କଣ ପଶୁ ପକ୍ଷୀଙ୍କ ଜୀବନ ମଧ୍ୟ ବେଶ ମୂଲ୍ୟବାନ  ।ସେଥିପାଇଁ ସେମାନଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବି ବାଜି ଲଗାଇବାକୁ ପଛାନ୍ତି ନାହିଁ । ସେହିଭଳି ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ପକ୍ଷୀଟିର ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓରେ ଜଣେ ବ୍ୟକ୍ତି ହେଲିକପ୍ଟରର ବସି ତାରରେ ଫଶି ରହିଥିବା ପକ୍ଷୀଙ୍କୁ ଉଦ୍ଧାର କରୁଥିବାର ଦେଖିବାକୁ ମିଳିଛି । ଏହା ବେଶ ବିପଦପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ଯୁବକଜଣକ । ଭିଡ଼ିଓ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି, ଜୈନ ସମାଜ ସୁରଟ (ଗୁଜୁରାଟ) ଦ୍ୱାରା ତାରରେ ଫଶି ରହିଥିବା ପକ୍ଷୀର ସହାୟତା ପାଇଁ ହେଲିକପ୍ଟର ମଗା ଯାଇଥିଲା । ଆଉ ଜଣେ ବ୍ୟକ୍ତି ହେଲିକପ୍ଟରରେ ବସି ପକ୍ଷୀଟିକୁ ଉଦ୍ଧାର କରିଥିଲେ । ଏହା ମାନବିକତା ନୁହେଁ ତ ଆଉ କଣ?

ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଏହି ଭିଡ଼ିଓକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଏହାକୁ ପାଖାପାଖି ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।