ନା ଠିକ୍ ଚିକିତ୍ସା ନା ଆମ୍ବୁଲାନ୍ସ... ବାଇକ୍ ଡିକିରେ ପୁଅର ଶବକୁ ନେଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ ବ୍ୟକ୍ତି

ନା ଠିକ୍ ଚିକିତ୍ସା ନା ଆମ୍ବୁଲାନ୍ସ... ବାଇକ୍ ଡିକିରେ ପୁଅର ଶବକୁ ନେଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ ବ୍ୟକ୍ତି

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ପଦାରେ ପଡିଛି । ସାମ୍ନାକୁ ଆସିଛି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅମାନବୀୟ କାଣ୍ଡ । ସିଙ୍ଗରୌଲି ଜିଲ୍ଲା ହସ୍ପିଟାଲକୁ ପ୍ରସବ ପାଇଁ ଯାଇଥିବା ଜଣେ ମହିଳାଙ୍କର ମୃତ ଶିଶୁ ପୁତ୍ର ଜନ୍ମ ହେବା ପରେ ତାଙ୍କୁ ଘରକୁ ନେବାକୁ ଆମ୍ବୁଲାନ୍ସ ମିଳିଲାନି । ଅନେକ ସମସ୍ୟା ଭୋଗିଥିବା ମହିଳାଙ୍କ ସ୍ୱାମୀ ଶେଷରେ ନିଜ ଦୁଃଖ ଜଣାଇବାକୁ ମୃତ ନବଜାତ ପୁତ୍ରର ଶବକୁ ବାଇକ୍ ଡିକିରେ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାକୁ ଦେଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଘଟଣା ହେଉଛି, ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାର ବାସିନ୍ଦା ଦିନେଶ ଭାରତୀ ତାଙ୍କ ପତ୍ନୀଙ୍କ ପ୍ରସବ ପାଇଁ ତାଙ୍କୁ ସଙ୍ଗରୌଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରୁ କିଛି ଟେଷ୍ଟ କରିବାକୁ ତାଙ୍କ ପତ୍ନୀଙ୍କୁ ଏକ ଘରୋଇ କ୍ଲିନିକକୁ ପଠାଇଥିଲେ ଡାକ୍ତର ।ସେଠାରେ ସବୁ ଟେଷ୍ଟ ପାଇଁ ଦିନେଶଙ୍କୁୁ ପାଖାପାଖି ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଟେଷ୍ଟ ପରେ ପୁଣି ଜିଲ୍ଲା ହସ୍ପିଟାଲକୁ ଫେରିଥିଲେ । ସେଠାରେ ତାଙ୍କର ଏକ ମୃତ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ଏଥିରେ ବ୍ୟସ୍ତ ହୋଇପଡିଥିଲେ ସେ ଓ ତାଙ୍କ ପତ୍ନୀ । ଏତେ ସବୁ ପରେ ପତ୍ନୀ ଓ ପୁଅର ଶବକୁ ଘରକୁ ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ମାଗିଥିଲେ ବି ସେଠିକାର ସ୍ୱସ୍ଥ୍ୟକର୍ମୀ ଏଥିପାଇଁ ରୋକଠୋକ୍ ମନା କରିଦେଇଥିଲେ । ଫଳରେ ଅତିଷ୍ଠ ହୋଇ ଏସବୁ ସମସ୍ୟା ଜଣାଇବାକୁ ପୁଅର ଶବକୁ ବାଇକ୍ ଡିକିରେ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଞ୍ଚିଥିଲେ । ସେଠାରେ ଦିନେଶ ଯେତେବେଳେ ପୁଅର ମୃତଦେହକୁ ଡିକିରୁ କାଢିଲେ ସମସ୍ତେ ତଟସ୍ଥ ହୋଇଯାଇଥିଲେ । ତାଙ୍କ ଦୁଃଖ ଶୁଣି ସେଠାରେ ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ ।

ଏହି ଘଟଣାକୁ ଗୁରୁତର ସହ ନେଇଥିଲେ ଜିଲ୍ଲାପାଳ ରାଜୀବ ରଞ୍ଜନ ମୀଣା । ଏସଡିଏମଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe