ମଣିଷତ୍ୱକୁ ଅସ୍ଥିର କରିଦେବା ଭଳି ଏକ ଅମାନବୀୟ ଘଟଣା ଘଟିଯାଇଛି । ଏପର୍ଯ୍ୟନ୍ତ ଆପଣ ଜୀବନ୍ତ ମଣିଷ ସହ ଦୁଷ୍କର୍ମ ବିଷୟରେ ଶୁଣିଥିଲେ, କିନ୍ତୁ ଏହି ମାମଲା ମୃତ ମହିଳାଙ୍କ ସହ ଧର୍ଷଣର । ଏହି ଘଟଣା ପାଖାପାଖି ୫ ବର୍ଷ ପୁରୁଣା । କିନ୍ତୁ ମାନବିକତା ସୀମା ପାର କରିଥିବା ଦାନବର ଏଭଳି କାର୍ଯ୍ୟକଳାପକୁ ସମାଜ ସାମନାକୁ ଆଣିବା ବହୁତ ଜରୁରୀ ଅଟେ ।
ସୂଚନା ମୁତାବକ, ପାକିସ୍ତାନର ସରଗୋଧାର ବାସିନ୍ଦା ମୋହମ୍ମଦ ରିୟାଜ ପାଖାପାଖି ୧୫ ବର୍ଷ କରାଚିର ଏକ କବର ଖାନାରେ ସମାଧି ଉପରେ ପାଣି ଦେବା କାମ କରୁଥିଲା । ଯେଉଁଠି ସେ ନିଜ ସାଙ୍ଗ ସହ ମିଶି ପାଖାପାଖି ୫୦ ଜଣ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତକୁ ସାଧାରଣ ଲୋକମାନେ ହିଁ ଧରିଥିଲେ ।
ଧରାପଡିବା ପରେ ଅଭିଯୁକ୍ତ ପୁଲିସକୁ କହିଲା କି ସେ ଓ ତା’ ସାଙ୍ଗ ଯେତେବେଳେ କେହି ଶବକୁ ସମାଧି ଦେଇ ଚାଲିଯାଉଥିଲେ, ସେମାନେ ରାତିରେ ମୁହଁକୁ କଳା କରି କବର ଭିତରକୁ ଓହ୍ଲାଇ ଯାଉଥିଲେ । ଏବଂ ଶବ ସହ ସଂପର୍କ ରଖୁଥିଲେ । କିନ୍ତୁ ଯେତେବେଳେ ତା’ ସାଙ୍ଗର ମୃତ୍ୟୁ ହୋଇଗଲା, ସେ ଏକୁଟିଆ ସମାଧି ଭିତରକୁ ଓହ୍ଲାଇ ପଡିଥିଲା । ସେଠି ମୃତ ମହିଳାର ମୁହଁ ଖୋଲାଥିଲା ଓ ତା’ ଆଖିରୁ ଆଲୁଅ ବାହାରୁଥିଲା । ଯଦ୍ୱାରା ସେ ଡରି ଯାଇ ବାହାରକୁ ଦୈାଡି ପଳାଇଲା, ଲୋକମାନେ ତାକୁ ଧରିଲେ । ସେତେବେଳେ ସେ ଲୋକଙ୍କୁ ଜଣାଇଲା କି ଏହା ପୂର୍ବରୁ ସେ ପାଖାପାଖି ୫୦ ମହିଳା ଶବଙ୍କ ସହ ଦୁଷ୍କର୍ମ କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/7-07-1496817132.jpg)
/kanak/media/post_attachments/wp-content/uploads/2018/09/the-phenomenal-phenomenon-that-crosses-all-the-limits-of-humanity-enters-the-tomb-with-the-dead-women-_168405-300x161.jpg)
/kanak/media/post_attachments/wp-content/uploads/2018/09/38732-300x225.jpg)