କନକ ବ୍ୟୁରୋ: ଜଣେ ଯୁବକଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟ କରିବା ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଇଛନ୍ତି କିନ୍ନର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ବାରଙ୍ଗର କଂଟାପାଟଣା ଗାଁ ନିକଟ ରେଳ ପୋଲ ପାଖରେ ଘଟିଛି । ରେଳ ଧାରଣାରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି । ସଂପୃକ୍ତ ଯୁବକଙ୍କ ନାଁ ବନମାଳୀ ସିଂ ଓ ତାଙ୍କ ଘର ବେଲପାଳରେ ବୋଲି ଜଣାପଡିଛି ।
ରବିବାର ରାତି ପ୍ରାୟ ୩ଟାରେ ହାୱଡା-ଚେନ୍ନାଇ ଏକ୍ସପ୍ରେସରେ ବନମାଳୀ ଘରକୁ ଫେରୁଥିଲେ । ଟ୍ରେନ ଭିତରେ କିନ୍ନର ସେମାନଙ୍କୁ ଟଙ୍କା ମାଗିଥିଲେ । ବନମାଳୀ ନଦେବାରୁ ତାଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେଇ ତଳକୁ ଫିଙ୍ଗିଦେଇଥିଲେ । ପରେ ତାଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ପହଂଚାଇଥିଲେ । ବହୁ ବିଳମ୍ବରେ ଆମ୍ବୁନାନସ ଆସି ପଂହଚିଥିଲା । କିନ୍ନରମାନେ ସଂପୃକ୍ତ ଯୁବକଙ୍କଠାରୁ ଟଙ୍କା ଓ ମୋବାଇଲ ଚୋରି କରିନେଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-24-at-1.39.34-PM.png)