ସମୁଦ୍ର ମଝିରେ ବିଶାଳକାୟ ସାର୍କ ମୁହଁରେ ପଡ଼ିଲେ ପତ୍ନୀ : ନିଜ ଜୀବନକୁ ଖାତିର ନକରି ସାର୍କ ସହ ସଂଘର୍ଷ କଲେ , ମରଣ ମୁହଁରୁ ପ୍ରାଣପ୍ରିୟାଙ୍କୁ ବଂଚାଇଆଣିଲେ ସ୍ୱାମୀ

ସମୁଦ୍ର ମଝିରେ ବିଶାଳକାୟ ସାର୍କ ମୁହଁରେ ପଡ଼ିଲେ ପତ୍ନୀ : ନିଜ ଜୀବନକୁ ଖାତିର ନକରି ସାର୍କ ସହ ସଂଘର୍ଷ କଲେ , ମରଣ ମୁହଁରୁ ପ୍ରାଣପ୍ରିୟାଙ୍କୁ ବଂଚାଇଆଣିଲେ ସ୍ୱାମୀ

କନକ ବ୍ୟୁରୋ : ସ୍ୱାମୀ ଓ ସ୍ତ୍ରୀ । ଏ ଦୁଇଟି ଶଦ୍ଦରୁ ହିଁ ସ୍ପଷ୍ଟ ଜଣାପଡିଯାଏ ପ୍ରେମର ନିବିଡତା । ସମ୍ପର୍କର ପବିତ୍ର ସେତୁରେ ଦୁହେଁ ୭ ଜନ୍ମପାଇଁ ବନ୍ଧା । ଜନ୍ମଜନ୍ମର ସାଥି ହେବା ପାଇଁ ଅଗ୍ନିକୁ ବାହା ବେଦୀରେ ରଖନ୍ତୁ ସାକ୍ଷୀ । କିଏ କାହାକୁ ମୁହୂର୍ତ୍ତଟିଏ ବି ଛାଡିବା ପାଇଁ ଇଚ୍ଛା କରନ୍ତି ନାହିଁ । ଉଭୟ ଉଭୟଙ୍କ ପାଖରେ ପ୍ରତିଟ୍ ସମୟରେ ଏକାଠି ରହିବା ପାଇଁ ସମସ୍ତେ ଚାହାଁନ୍ତି । ଯଦି କେହି ଜଣେ ବିପଦରେ ବା କୌଣସି ଅସୁବିଧାରେ ପଡିଛି ତେବେ ନିମିଷକେ ପାଇଁ ବି କେହି କାହାଠୁ ଦୂରେଇ ନଥାନ୍ତି । କହିବାକୁ ଗଲେ ପତୀ ଓ ପତ୍ନୀର ସମ୍ପର୍କ ହିଁ କିଛି ଏମିତି...

ସ।ସ୍ୱତ୍ତ ପ୍ରେମ ଆଗରେ ହାର ମାନିଲା ସାର୍କ
ଗଭୀର ସମୁଦ୍ରରେ ସାର୍କ ସହ ଘୋମାଘୋଟ ଲଢେଇ

ସ୍ତ୍ରୀଙ୍କୁ ବଂଚାଇବା ଲାଗି ସାର୍କ ସହ କଲେ ସଂଘର୍ଷ
ପାହାର ଖାଇଲା, ସମୁଦ୍ର ଭିତରକୁ ପଳାଇଲା ସାର୍କ

ଆପଣ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବିଷୟରେ ଅନେକ ରୋଚକ କାହାଣୀ ଶୁଣିଥିବେ, କିନ୍ତୁ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବଞ୍ଚାଇବା ପାଇଁ ବିନା ଅସ୍ତ୍ରରେ ସାର୍କ ସହିତ ସଂଘର୍ଷ କରିଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ଏକ ଦମ୍ପତି ନ୍ୟୁ ସାଉଥ ୱେଲ୍‌ସ ପ୍ରଦେଶର ପୋର୍ଟ ମେକରିନ୍‌ର ଶେଲି ଉପକୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପତ୍ନୀ ପହଁରିବାକୁ ଇଚ୍ଛା ପ୍ରକାଶ କରିଥିବାବେଳେ ସ୍ୱାମୀ ସମୁଦ୍ର କୂଳ ବେଳାଭୂମିରେ ବସି ରହିଥିଲେ। ମହିଳା ଜଣକ ସମୁଦ୍ରକୁ ଯାଇ ସନ୍ତରଣ କରୁଥିବା ବେଳେ ହଠାତ ସମୁଦ୍ର ଭିତରକୁ ଚାଲିଯାଇଥିଲେ।

ତେବେ ସମୁଦ୍ର ମଧ୍ୟରେ ଗାଧୋଉଥିବା ବେଳେ ସେହି ସ୍ଥାନରେ ଏକ ବିପଜ୍ଜନକ ସାର୍କ ବୁଲୁଥିଲା। ପାଣିରେ ସନ୍ତରଣ କରୁଥିବା ବେଳେ ମହିଳାଙ୍କୁ ଦେଖି ସାର୍କ ତାଙ୍କ ଉପରକୁ ଆକ୍ରମଣ ବି କରିଥିଲା। ସାର୍କ ଆକ୍ରମଣ କରୁଥିବା ଦେଖି ମହିଳା ଜଣକ ସାହାଯ୍ୟ ପାଇଁ ପାଟି କରିଥିଲେ, କିନ୍ତୁ ସାର୍କକୁ ଦେଖି ଭୟରେ ମହିଳାଙ୍କୁ ଉଦ୍ଧାର କରିବାକୁ ଯିବାକୁ କେହି ସାହାସ କରି ନଥିଲେ।

ଏହି ଘଟଣା ଦେଖି ମହିଳାଙ୍କ ସ୍ୱାମୀ ବିଚଳିତ ହୋଇପଡ଼ିଥିଲେ। କ’ଣ କରିବେ କିଛି ବୁଝି ନପାରି ମନରେ ସାହାସ ବାନ୍ଧି ପତ୍ନୀଙ୍କୁ ବଞ୍ଚାଇବା ପାଇଁ ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ। ପରେ ପତ୍ନୀଙ୍କ ଗୋଡ଼କୁ ଧରିଥିବା ସାର୍କ ମୁଣ୍ଡକୁ ପାହର ଉପରେ ପାହାର ଦେଇ ଚାଲିଥିଲେ। ଯେ, ପର୍ୟ୍ୟନ୍ତ ସେ ପତ୍ନୀଙ୍କ ଗୋଡ଼କୁ ଛାଡ଼ି ନଥିଲା। ଶେଷରେ ସାର୍କଟି ପ୍ରାଣବିକଳରେ ସମୁଦ୍ର ଭିତରକୁ ଚାଲି ଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ମହିଳାଙ୍କୁ ସମୁଦ୍ର ଭିତରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଛି । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଶ୍ୱରୁ କୋଣ ଅନୁକୋଣରୁ ପ୍ରଶଂସା ଛୁଟିଛି । ସତରେ ଜନ୍ମ ଜନ୍ମ ସାଥି ହୋଇ ରହିବାକୁ ଦେଇଥିବା ପ୍ରତିଶୃତିକୁ ପାଳନ କରିଛନ୍ତି ସ୍ୱାମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe