ସନ୍ତାନ ଭଳି ଗଛର ନେଉଛନ୍ତି ଯତ୍ନ । ପ୍ରତିବର୍ଷ ଗଛ ଲଗାଇବା ସହ ପ୍ରଥମାଷ୍ଟମୀରେ କରୁଛନ୍ତି ପଢୁଆଁ 

77

କନକ ବ୍ୟୁରୋ : ଗଛ ଯାହାଙ୍କ ପାଇଁ ସନ୍ତାନ ଠାରୁ ଅଧିକ । ୪୬ବର୍ଷ ଧରି ସେ ଅସଂଖ୍ୟ ଗଛ ଲଗାଇବା ସହ ଗଛର ଯତ୍ନ ନେଉଛନ୍ତି ।ପ୍ରତିବର୍ଷ ପ୍ରଥମାଷ୍ଟମୀରେ ସଗଛମାନଙ୍କୁ ନୂଆକନା ବାନ୍ଧି ପଢୁଆଁ କରିଥାନ୍ତି  । ଆସନ୍ତୁ ଜାଣିବା ଅଳତୀର ଗଛ ମଣିଷ ଘନଶ୍ୟାମ ସାହୁଙ୍କ ସମ୍ପର୍କରେ ।

ପଢୁଆଁ ହେବ ଗଛ । ପ୍ରଥମାଷ୍ଟମୀରେ ଘରେ ପୂଜା କରିବା ପରେ ଥାଳିରେ ଫୁଲ, ଚନ୍ଦନ, ସିନ୍ଦୁର, ନୂଆ ବସ୍ତ୍ର ଧରି ଗଛ ପୂଜା କରିବାକୁ ବାହିଛନ୍ତି ଏହି ବୃଦ୍ଧ ଦମ୍ପତି । ନିଜେ ଲଗାଇଥିବା ଗଛକୁ ପଢୁଆଁ କରିବା ପାଇଁ ସ୍ତ୍ରୀଙ୍କୁ ସାଥିରେ ଧରି ଘରୁ ବାହାରିଛନ୍ତି କେନ୍ଦୁଝର ଘସିପୁରା ବ୍ଲକ ଅଳତୀ ଗାଁର ଘନଶ୍ୟାମ ସାହୁ ।

ରାସ୍ତାଘାଟ ସବୁଠି ଗଛରେ ଚନ୍ଦନ, ସିନ୍ଦୁର, ଫୁଲ ଦେଇ, ନୂଆକଲା ପିନ୍ଧାଇ ପଢୁଆଁ କରିଥାନ୍ତି ଘନଶ୍ୟାମ । ୧୯୭୮ ମସିହାରୁ ରାସ୍ତାକଡ, ପୋଖରୀ ତୁଠ, ଗାଁ ଦାଣ୍ଡ ଓ ସ୍କଲ ପରିସରରେ ଗଛ ଲଗାଇ ଗଛ ମଣିଷ ଭାବେ ପରିଚିତ ଘନଶ୍ୟାମ ।

ଜନ ସଚେତନତା ପାଇଁ ପ୍ରତିବର୍ଷ ଗଛ ବାହାଘର କରିଥାନ୍ତି ଗଛ ମଣିଷ ଘନଶ୍ୟାମ । ଏଥିପାଇଁ ତାଙ୍କୁ ସରକାରୀ ଓ ବେସରକାରୀ ଭାବେ ଅନେକ ସ୍ଥାନରେ ସମ୍ମାନିତ କରାଯାଇଛି ।