ଦେଶର ମାଟିର ମୂଲ୍ୟ ଜଣେ ଯବାନ ପାଇଁ କେତେ ମହତ୍ତ୍ୱ ରଖିଥାଏ ତାହା କେବଳ ଜଣେ ଯବାନ ହିଁ ଅନୁଭବ କରିପାରିଥାଏ । ଯେତେବେଳେ ଦେଶର ଲୋକ ନିଘୋଡ଼ ନିଦରେ ଶୋଇଥାନ୍ତି ସେତେବେଳେ ଦେଶବାସୀଙ୍କ ସୁରକ୍ଷା ପାଇଁ ଖରା, ବର୍ଷା. ଶୀତ କାକରରେ ଯବାନଟିଏ ପହରା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯବାନଙ୍କ କାହାଣୀ କହିବୁ ଯିଏ କି ନିଜ ଦେଶପ୍ରେମର ଝଲକ ଏଭଳି ଦେଖାଇଛନ୍ତି ଯାହାକୁ କେବେ କେହି କଳ୍ପନା କରିପାରିବେ ନାହିଁ । ଆମେରିକା ସେନାରେ ଜଣେ ପାରାଟ୍ରୁପର ଯବାନ ଭାବେ ମୁତୟନ ଥିଲେ ଟୋନି ଟ୍ରେକୋନି ।/kanak/media/post_attachments/wp-content/uploads/2020/01/dddddd-300x208.png)
ଟୋନିଙ୍କ ପତ୍ନୀ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ଟୋନି ଇଟାଲୀର ପଦୁଆ ପ୍ରାନ୍ତରେ ମୁତୟନ ଥିଲେ । ଏହି ଅଞ୍ଚଳ ଟୋନିଙ୍କର ସହରଠାରୁ ବହୁ ଦୂରରେ ଥିଲା । ଟୋନି ଆଶା କରିଥିଲେ ଯେ ଛୁଆ ଜନ୍ମ ହେବା ବେଳକୁ ସେ ନିଜ ଦେଶକୁ ଫେରିଯାଇଥିବେ । କିନ୍ତୁ ଟୋନିଙ୍କର ଇଟାଲୀରେ କାର୍ୟ୍ୟକାଳ ବଢିଯାଇଥିଲା । ଯାହାଫଳରେ ସେ ନିଜ ଦେଶ ଆମେରିକାକୁ ଫେରିପାରିନଥିଲେ । ଏହା ଦେଖି ଟୋନି ସ୍ୱପ୍ନ ଦେଖିଥିଲେ ଯେ ତାଙ୍କ ଛୁଆ ଯେତେବେଳେ ଜନ୍ମ ହେବ ସେତେବେଳେ ସେ ଯେମିତି ନିଜ ଦେଶର ମାଟିରେ ହିଁ ପାଦ ଦେବ । ଏଥିପାଇଁ ପତ୍ନୀଙ୍କର ପ୍ରସବର ମାସକ ପୂର୍ବରୁ ଟୋନି ନିଜ ସହର ଟେକସାସରୁ ମାଟି ଇଟାଲିକୁ ମଗାଇଥିଲେ ।
କୋରିୟର ମାଧ୍ୟମରେ ମାଟି ମଗାଇବାକୁ ଟୋନିଙ୍କୁ ପ୍ରାୟ ୨୦୦ ଡ଼ଲାର(୧୪ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା । ଶେଷରେ ଯୋଜନା ମୁତାବକ ଆମେରିକାର ଟେକସାସରୁ କୋରିୟର ମାଧ୍ୟମରେ ଇଟାଲିକୁ ମାଟି ଆସିଥିଲା । ଏହା ପରେ ପ୍ରସବ ସମୟରେ ଟୋନି ପତ୍ନୀଙ୍କ ମେଡିକାଲ ଶଯ୍ୟା ତଳେ ଏହି ମାଟିକୁ ରଖିଥିଲେ । ଯେତେବେଳେ ତାଙ୍କ ଛୁଆ ଜନ୍ମ ହୋଇଥିଲା ସେତେବେଳେ ଛୁଆଟି ଏହି ମାଟି ଉପରେ ପାଦ ରଖିଥିଲା । ଏହା ପରେ ଟୋନିଙ୍କ ଦେଶର ମାଟିକୁ ନେଇ ଦେଖିଥିବା ସ୍ୱପ୍ନ ସାର୍ଥକ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/image-1.jpg)
/kanak/media/post_attachments/wp-content/uploads/2020/01/ELsB76NXYAI8ojK-768x1024-225x300.jpg)