ଏମିତି ଜଣେ ମଣିଷ... । ଯିଏ ଦୀର୍ଘ ୩୫ ବର୍ଷ ହେବ ଟଙ୍କାକୁ ହାତ ଲଗାଇ ନାହାନ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

Advertisment
୫୦ ବର୍ଷିଆ ସୁଧ ମୁକ୍ତ ଋଣ : ଓଡ଼ିଶା ଭାଗରେ ପଡ଼ିବ ୩୪୮ କୋଟି; ୫୦,୦୦୦ ଟଙ୍କା ପାଇଁ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ିବ ୧,୧୮,୦୦୦ ଟଙ୍କା

ଆଜିର ସମୟରେ ଟଙ୍କା ଥିଲେ ସବୁକିଛି ହାସଲ କରାଯାଇ ପାରୁଛି ବୋଲି କୁହାଯାଉଛି। କାରଣ ଛୋଟରୁ ଛୋଟ ଜିନିଷଟିଏ ପାଇଁ ଆମକୁ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ସାଧାରଣ ଜୀବନରେ ଟଙ୍କା ମନୁଷ୍ୟର ପ୍ରଥମ ଆବଶ୍ୟକତା ପାଳଟିଛି । ଏହି କ୍ରମରେ ବଡ଼ଓ୍ଵାନି ସନ୍ଧେଓ୍ଵାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଟଙ୍କାକୁ ଦେଖିଲେ ଘୃଣା କରୁଛନ୍ତି। ତାଙ୍କ ପାଇଁ ଟଙ୍କା କିଛି ମହତ୍ତ୍ୱ ରଖେ ନାହିଁ। କେବଳ ଏତିକି ନୁହେଁ, ତାଙ୍କୁ ଟଙ୍କା ଦେଖିଲେ କ୍ରୋଧ ବି ଆସିଥାଏ।

୩୫ ବର୍ଷର କମଳ ଏଯାବତ ଟଙ୍କାକୁ ହାତ ଲଗାଇ ନାହାନ୍ତି। କମଳଙ୍କ କହିବାନୁସାରେ, ଟଙ୍କାକୁ ଦେଖିଲେ ମନ ବିଚଳିତ ହୋଇପଡ଼ିଥାଏ। ତେଣୁ ସେ ଟଙ୍କାକୁ ଦେଖିବା ପାଇଁ ପସନ୍ଦ କରି ନଥାଆନ୍ତି। ଟଙ୍କା କାରଣରୁ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିଥାଏ, ତେଣୁ ସେ ଟଙ୍କାକୁ ଛୁଇଁବାକୁ ଇଚ୍ଛା କରି ନ ଥାଆନ୍ତି।

ସେହିପରି କମଳଙ୍କ ପତ୍ନୀଙ୍କ କହିବାନୁସାରେ, ସେମାନଙ୍କ ବିବାହକୁ ୧୫ବର୍ଷ ହୋଇଗଲାଣି। ସ୍ୱାମୀ ନିଜ ପାଖରେ ଟଙ୍କାଟିଏ ବି ରଖନ୍ତି ନାହିଁ। କାରଣ ସେ ଟଙ୍କାକୁ ପସନ୍ଦ କରନ୍ତି ନାହିଁ। କମଳଙ୍କ ସାଙ୍ଗମାନଙ୍କ କହିବାନୁସାରେ, କମଳ ପିଲାଦିନରୁ ହିଁ ଏମିତି। ତାଙ୍କୁ ଯଦି ସେହି ସମୟରେ କେହି ଟଙ୍କା ଦେଉଥିଲା ସେ ତା’ ସହିତ ମାରପିଟ କରି ଥାଆନ୍ତି। କମଳଙ୍କର ଏକ ଫଳ ଦୋକାନ ଅଛି । ଏହା ତାଙ୍କ ରୋଜଗାରର ମାଧ୍ୟମ। କିନ୍ତୁ ସେ ଟଙ୍କାକୁ ହାତ ଲଗାଇବେ ନାହିଁ ବୋଲି ଦୋକାନରେ ଜଣେ ପିଲାକୁ ରଖିଛନ୍ତି। ସେ ସମସ୍ତ ଟଙ୍କାର ହିସାବ ରଖିଥାଏ।କମଳଙ୍କ ଭାଉଜଙ୍କ କହିବାନୁସାରେ, ମୁଁ ତାଙ୍କୁ ୨୪ବର୍ଷରୁ ଏମିତି ହିଁ ଦେଖି ଆସୁଛି। ସେ ଟଙ୍କାକୁ ହାତ ବି ଲଗାନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe