କନକ ବ୍ୟୁରୋ : ସ୍ତ୍ରୀ ଓ ଶିଶୁଙ୍କ ଭରଣପୋଷଣ କରିବାକୁ ସ୍ୱାମୀ ବାଧ୍ୟ । ସୁପ୍ରିମକୋର୍ଟଙ୍କ ଏହି ବଡ଼ ରାୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ କରିବା ପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବା ପାଇଁ ପଡିଲେ ମଧ୍ୟ ସେ ଏହା କରିବାକୁ ବାଧ୍ୟ ।

Advertisment

ସ୍ତ୍ରୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର କର୍ତ୍ତବ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିବାହ ବିଚ୍ଛେଦ ହୋଇଥିଲେ ସ୍ତ୍ରୀ ଓ ନାବାଳକ ପିଲାର ଭରଣପୋଷଣ ସ୍ୱାମୀଙ୍କ ଦାୟିତ୍ୱ । ଏହି ଭରଣପୋଷଣକୁ ଏକ ପବିତ୍ର କର୍ତ୍ତବ୍ୟ ବୋଲି କହିଛନ୍ତ ସୁପ୍ରିମକୋର୍ଟ । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।

- ସ୍ତ୍ରୀ ଓ ଶିଶୁଙ୍କ ଭରଣପୋଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ଭରଣପୋଷଣ ପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବାକୁ ପଡିଲେ ମଧ୍ୟ ସେ ଏହା କରିବାକୁ ବାଧ୍ୟ
- ସିଆରପିସି ଧାରା ୧୨୫ ଅନୁସାରେ ବାପାଙ୍କ ଉପରେ ନ୍ୟସ୍ତ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ
- ଏହି ଦାୟିତ୍ୱକୁ ମନା କରିପାରିବେନି ସକ୍ଷମ ସ୍ୱାମୀ
- ଏକ ମାମଲାରେ ସ୍ତ୍ରୀ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
- ସ୍ୱାମୀଙ୍କ ବ୍ୟବସାୟରେ କ୍ଷତି ହୋଇଥିବାରୁ ଅର୍ଥ ନଥିବା ଦର୍ଶାଇଥିଲେ ସ୍ୱାମୀ
- ଅର୍ଥ ଅଭାବରୁ ଭରଣପୋଷଣ କରିପାରିବେନାହିଁ ବୋଲି କହିଥିଲେ ସମ୍ପୃକ୍ତ ସ୍ୱାମୀ
- କୋର୍ଟ କହିଛନ୍ତି ସକ୍ଷମ ବ୍ୟକ୍ତି ପରିଶ୍ରମ କରି ପରିବାର ଚଳାନ୍ତୁ
- ଘର ଛାଡ଼ି ଥିବାରୁ ସ୍ତ୍ରୀ ଓ ପିଲାଙ୍କୁ ଭରଣପୋଷଣ ଦିଆଯାଉ
- ସ୍ୱାମୀଙ୍କ ସମସ୍ତ ଯୁକ୍ତିକୁ କୋର୍ଟ ଖାରଜ କରିଦେଇଥିଲେ
- ସ୍ତ୍ରୀଙ୍କୁ ମାସିକ ୧୦ହଜାର ଓ ପିଲାକଚୁ ୬ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ
- ପ୍ରଥମେ ଏହି ମାମଲା ହରିୟାଣା ଫ୍ୟାମିଲି କୋର୍ଟକୁ ଯାଇଥିଲା
- ପରେ ଏହା ପଂଜାବ ଓ ହରିୟାଣା ହାଇକୋର୍ଟକୁ ଯାଇଥିଲା
- ଫ୍ୟାମିଲି ଓ ହାଇକୋର୍ଟଙ୍କ ସମସ୍ତ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି
- ୨୦୧୦ରୁ ବିବାହ ବିଚ୍ଛେଦ ହୋଇଥିଲା
- ଦୀର୍ଘ ୧୨ବର୍ଷ ଧରି କୋର୍ଟରେ ଚାଲିଥିଲା ମାମଲ