ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ : ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା; ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର

181

କନକ ବ୍ୟୁରୋ : ସମ୍ବଲପୁର ଧନୁପାଲି ଗୋବିନ୍ଦତୋଳାରେ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଗୋବିନ୍ଦତୋଳାରେ ଅଟୋ ଚାଳକ ବିନିତ ପରଦିଆ ଓ ତାଙ୍କ ପତ୍ନୀ ମିନତୀ ଭଡା ଘରେ ରହୁଛନ୍ତି । ଗତକାଲି ସଂପର୍କୀୟ ଦୀପକ ଯାଦବ ତାଙ୍କ ଘରକୁ ଅସିଥିଲେ । କୌଣସି କାରଣରୁ ବଚସା ହେବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ସ୍ୱାମୀ ସ୍ତ୍ରୀ ଦୀପକକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଦୀପକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ବିନିତ ମଧ୍ୟ ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଝଗଡା ହେଲା ଓ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ ।