ସାଙ୍ଗ ସାଜିଲା ଶତ୍ରୁ ! ୨ ଲକ୍ଷ ଟଙ୍କା ପାଇଁ ନାବାଳକକୁ ହାଣିଲେ ୩ ବନ୍ଧୁ ।

ସାଙ୍ଗ ସାଜିଲା ଶତ୍ରୁ ! ୨ ଲକ୍ଷ ଟଙ୍କା ପାଇଁ ନାବାଳକକୁ ହାଣିଲେ ୩ ବନ୍ଧୁ ।

ଢେଙ୍କାନାଳ ବନମାଳୀପ୍ରସାଦପୁର କାଜୁ ଜଂଗଲରେ ଦଶମ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ୩ ଜଣ ସାଙ୍ଗ ଟଙ୍କା ପାଇଁ ଅନ୍ୟ ଜଣେ ସାଙ୍ଗକୁ ଜଙ୍ଗଲରେ ହତ୍ୟା କରିଛନ୍ତି । ଗତ ୩ ତାରିଖ ଦିନ ବନମାଳୀପ୍ରସାଦ ଗାଁର ଗଣେଶ୍ୱର ପୃଷ୍ଟିଙ୍କ ୧୬ ବର୍ଷର ପୁଅ ସଂଗ୍ରାମକୁ ୩ ସାଙ୍ଗ ଘରୁ ଡାକିନେବା ପରେ ଜଙ୍ଗଲରେ ହତ୍ୟା କରିଥିଲେ । ତା ପରଦିନ ସକାଳେ ସଂଗ୍ରାମ ଫୋନରୁ କଲ କରି ତା ବାପାଙ୍କୁ ୨ ଲକ୍ଷ ଟଙ୍କା ମାଗି ଧମକ ଦେଇଥିଲେ । ସଂଗ୍ରାମଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମୋବାଇଲ ଟ୍ରାକିଂ କରି ୩ ଜଣଙ୍କୁ ଗିରଫ କରିବାସହ ଶବକୁ ଜବତ କରିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ସଂଗ୍ରାମ ପୃଷ୍ଟି ଗତ ୩ ତାରିଖରୁ ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ତେବେ ଗତକାଲି ସଂଗ୍ରାମଙ୍କ ବାପା ଗଣେଶଙ୍କ ପାଖକୁ ସଂଗ୍ରାମଙ୍କ ମୋବାଇଲ ଫୋନ୍ରୁ ଏକ କଲ ଆସିଥିଲା। ଏଥିରେ କଲ କରିଥିବା ବ୍ୟକ୍ତି ୨ ଲକ୍ଷ ଟଙ୍କା ନ ଦେଲେ ସଂଗ୍ରାମକୁ ମାରିଦେବେ ବୋଲି ଧମକ ଦେଇଥିଲୋ ଏହି ଫୋନ କଲ୍ ପାଇବା ପରେ ଗଣେଶ ଟାଉନ୍ ଥାନାରେ ଅଭିଯୋଗ କରିଥିଳେ। ଆଜି ସକାଳେ ଗାଁ କାଜୁବଗିଚାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିବା ପରେ ଗଣେଶ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ସଂଗ୍ରାମଙ୍କର ବୋଲି ଚିହ୍ନଟ କରିଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଶୋକ ବିଶ୍ୱାଳ ନାମକ ଜଣେ ଯୁବକ ଆଜି ସକାଳେ ଥାନାରେ ପହଞ୍ଚି କହିଥଲେ ଯେ ୩ ତାରିଖ ଦିନ ଜିତେନ୍ଦ୍ର ସାହୁ ଓ ଅନ୍ୟମାନେ ମଦ ପିଇବାକୁ ସଂଗ୍ରାମକୁ ଡାକିଥିଲେ। ସେଠାରେ ପିଟୁପିଟୁ ସଂଗ୍ରାମଙ୍କର ମୃତ୍ୟୁ ଘଟିିଥିଲା। ଅଶୋକଙ୍କୁ ଜିତେନ୍ଦ୍ର ସଂଗ୍ରାମଙ୍କ ଫୋନ ଦେଇ ତାଙ୍କ ବାପାଙ୍କ ଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ ଧମକ ଦେବାରୁ ସେ ଗଣେଶଙ୍କ ନିକଟକୁ ଫୋନ କରିଥିବା ଅଶୋକ ପୁଲିସ ନିକଟରେ ସ୍ୱୀକାର କରିଥିଲେ। ତେବେ ପୁଲିସ ଅଶୋକଙ୍କ ଠାରୁ ସଂଗ୍ରାମଙ୍କ ମୋବାଇଲ ଫୋନ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଶୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe