କନକ ବ୍ୟୁରୋ : ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାରରେ ୧୫ କିଲୋମିଟର ଘୋଷଡି ନେବା ଘଟଣା ମନରୁ ଲିଭିନଥିବା ବେଳେ ଏହାଠୁ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ ରାସ୍ତାରେ ଅସଦାରରଣ କରିବା ସହ କିଛି ବାଟ ଘୋଷାଡି ନେଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଦୂର୍ଘଟଣାରେ ଶୀକାର ହୋଈଥିବା ଯୁବତୀ ଜଣଙ୍କ ହେଉଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ । ଗୁରୁବାର ଭୋର ଜଣେ ମଦୁଆ ଚାଳକ ତାଙ୍କ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ୪୭ ବର୍ଷିୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

Advertisment

ମହିଳାଙ୍କୁ ସୁରକ୍ଷା ଯାଂଚ କରିବାକୁ ଯାଇଥିବା ବେଳେ ଦିଲ୍ଲୀ ଏମ୍ସ ହସ୍ପିଟାଲ ନିକଟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସ୍ୱାତୀ କହିଛନ୍ତି । ଭୋର ପ୍ରାୟ ୩ଟା ୧୧ ମିନିଟ୍ ସମୟରେ ହସ୍ପିଟାଲ ସମ୍ମୁଖରେ ଠି÷ଆ ହୋଇଥିବା ବେଳେ ଏକ ବଲେନୋ କାର ଆସିଥିଲା । କାର ଚାଳକ ତାଙ୍କୁ କାରରେ ଯିବାକୁ କହିଥିଲେ । ସେ ମନାକରିବାରୁ ତାଙ୍କ ଜୋର ଜବରଦସ୍ତି ନେବାକୁ ଚେଷ୍ଟା କରିଥିଲେ । ଫଳରେ ତାଙ୍କ ହାତ କାର ଡୋର ରହିଯାଇଥିଲା । ବ୍ୟକ୍ତି ଜଣଙ୍କ ୧୫ ମିଟର ତାଙ୍କୁ ଘୋଷାଡି ନେବା ପରେ ସେ ଡୋରରୁ ହାତ କାଢିବାରେ ସକ୍ଷମ ହୋଇଥିବା କହିଛନ୍ତି । ତେବେ ଏନେଇ ସ୍ୱାତୀ ଟୁଇଟ କରି କହିଛନ୍ତି, ଭଗବାନ ମୋ ଜୀବନ ବଂଚାଇଦେଲେ । ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ସୁରକ୍ଷିତ ନୁହଁନ୍ତି, ତେବେ ସ୍ଥିତି କିପରି ଅଛି ଅନୁମାନ କରନ୍ତୁ ।