ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍ ଦୂତିଙ୍କୁ ଅସମ୍ମାନ ! ପ୍ରଥମେ ଦେଲେ ବିବାହ ପ୍ରସ୍ତାବ, ମନା କରିବାରୁ ଅଶାଳିନ ମେସେଜ ପଠାଇଲେ ଯୁବକ । 

491

କନକ ବ୍ୟୁରୋ : ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ । ତାପୁଣି ସୋସିଆଲ୍ ମିଡିଆରେ । ପ୍ରଥମେ ଫ୍ୟାନ୍ ଭାବେ ଫେସବୁକରେ ପଠାଇଲେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ । ପରେ ଦେଇଥିଲେ ବିବାହ ପ୍ରସ୍ତାବ । ଯାହାକୁ ନେଇ ଦୂତୀ ଯୁବକଙ୍କୁ ଅନଫ୍ରେଣ୍ଡ୍ କରିଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଯୁବକଙ୍କ ଅସଲ ଖେଳ । ଦୂତୀଙ୍କ ପ୍ରତି ଅଶାଳିନ ମେସେଜ୍ ଦେବା ଆରମ୍ଭ କରିଥିଲେ ସମ୍ପୃକ୍ତ ଯୁବକ । ଦୂତୀ ଏହି ସବୁ ମେସେଜର ସ୍କ୍ରିନ୍ ସଟ୍ ସୋସିଆଲ୍ ମିଡିଆରେ ଅପଲୋଡ୍ କରି ଯୁବକ ଜଣକର ମୁଖା ଖୋଲିବା ପାଇଁ ଉଦ୍ୟମ କରିବା ପରେ, ଏହା ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଶେଷରେ ଦୂତୀଙ୍କ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଯୁବକ ଜଣକ କ୍ଷମାପ୍ରାର୍ଥନା କରିବାକୁ ମେସେଜ୍ ଦେଇଛନ୍ତି । କହିଛନ୍ତି ତାଙ୍କ ଆଇଡିକୁ କେହି ହ୍ୟାକ୍ କରି ଏପରି କରିଛି । ଏହା ସହିତ ପୋଷ୍ଟ ଗୁଡିକୁ ସୋସିଆଲ୍ ମିଡିଆରୁ ଡିଲିଟ୍ କରିଦେବାକୁ ଦୂତୀଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଦୂତୀଙ୍କୁ ଦେଖା କରି ଭୁଲ୍ ମାଗିବେ ବୋଲି ମେସେଜ୍ କରିଛନ୍ତି ଯୁବକ ଜଣକ । ବର୍ତ୍ତମାନ ସମାଜରେ ସୋସିଆଲ୍ ମିଡିଆର ବ୍ୟବହାର ଅତି ମାତ୍ରାରେ ବଢିଚାଲିଛି । ସମାଜର ଏକ ବଡ ଜନସଂଖ୍ୟା ଏହି ସୋସିଆଲ୍ ମିଡିଆ ସହିତ ଯୋଡି ହୋଇଗଲାଣି । ଏହା ଜାଣିବା ପରେ ବି ରାଜ୍ୟ ତଥା ଦେଶର ଗୌରବ, ଦେଶର ଆଗଧାଡିର ମହିଳା ଆଥଲେଟ୍ ଦୂତୀ ଚାନ୍ଦଙ୍କ ପ୍ରତି ଯୁବକ ଜଣକ ଏପରି ଅଶାଳୀନ ବ୍ୟବହାର କିପରି ଓ କାହିଁକି କଲେ, ତାକୁ ନେଇ ପ୍ରଶ୍ନ ଉଠୁଛି ।