କନକ ବ୍ୟୁରୋ : ପୁଅର ମାଡ଼ରେ ବାପାର ମୃତ୍ୟୁ । କଟକ ଗୋବିନ୍ଦପୁର ଥାନା ନାହାନପୁର ପଂଚାୟତ କୋକିପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଫକୀର ମହାନ୍ତି । ଫକୀର ଭତା ଟଙ୍କା ନେଇ ଘରକୁ ଫେରିଥିବା ବେଳେ ସ୍ତ୍ରୀ କୁମୁଦିନୀ ଓ ପୁଅ ମଂଟୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ମା ଓ ପୁଅ ମିଶି ଫକୀରଙ୍କୁ ପିଟିପିଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପଂହଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us