କନକ ବ୍ୟୁରୋ : କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ତେଲିବନ୍ଧ ପଞ୍ଚାୟତ ଚନ୍ଦ୍ରପୁର ଗାଁର ଘଟଣା । ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି ରହିଛି । ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଘରୋଇ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ।

Advertisment

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସ୍ତ୍ରୀ କନକ ପ୍ରଧାନ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା । ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ ଏକ କୋଡ଼ିରେ ନିଜ ସ୍ତ୍ରୀକୁ ପିଟି ପିଟି ବିଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଛି । ଗତକାଲି ରାତିରେ ଏହି ଘଟଣା ହୋଇଥିବା ବେଳେ ହତ୍ୟାକାରୀର ବାପା ରତ୍ନାକର ପ୍ରଧାନ ଏନେଇ ଆଜି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।