ଝିଅ ଅନ୍ୟ ଜାତିରେ ବାହାହେଲା ବୋଲି... ଘର ଲୋକଙ୍କୁ ମାରି ଆତ୍ମହତ୍ୟା କଲେ ବାପା

Advertisment
ଝିଅ ଅନ୍ୟ ଜାତିରେ ବାହାହେଲା ବୋଲି...  ଘର ଲୋକଙ୍କୁ ମାରି ଆତ୍ମହତ୍ୟା କଲେ ବାପା

କନକ ବ୍ୟୁରୋ: ବଡ ଝିଅ ଅନୁସୂଚିତ ଜାତିରେ ବାହାହେଲା ବୋଲି ନରସଂହାର କଲେ ବାପା । ତାମିଲନାଡୁ ନାଗାପଟ୍ଟିନମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠିକାର ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ।

ପୋଲିସର ସୂଚନା ମୁତାବକ, ଲକ୍ଷ୍ମଣନ୍ ଏକ ଚା ଦୋକାନ କରି ପରିବାର ଚଳାଉଥିଲେ । ସୁରୁଖୁରୁରେ ଚାଲଇଥିଲା ପରିବାର । ହେଲେ ଏଥିରେ ଯେମିତି କଳାବାଦଲ ଘୋଟିଆସିଥିଲା । ବଡ ଝିଅ ଏକ ଅନୁସୂଚିତ ଜାତିର ପୁଅକୁ ପ୍ରେମ ବିବାହ କରିଥିଲା । ହେଲେ ଏହାକୁ ଗ୍ରହଣ କରିପାରିନôତଲେ ଲକ୍ଷ୍ମଣନ୍ । ସମାଜରେ ନିଜକୁ ଲଜ୍ଜିତ ମନେକରିଥିଲେ । ଏହାକୁ ସହିନପାରି ୋଷରେ ଏକ ଚରମ ନିଷ୍ପତ୍ତି ନେଇଥିଲେ ।ନିଜ ସ୍ତ୍ରୀ, ଓ ଦୁଇ ନାବାଳିକା ଝିଅଙ୍କୁ ହତ୍ୟା କରିବା ପରେ ଆôହତ୍ୟା କରିିଥିଲେ ଲକ୍ଷ୍ମଣନ୍ ।

ପୋଲିସ କହିଛି ଯେ ଏହି ଭୟଙ୍କର ଘଟଣାର ତଦନ୍ତ ଜାରି ରହିଛି। ତାମିଲନାଡୁର କିଛି ଗ୍ରାମୀଣ ଇଲାକାରେ ଆନ୍ତଃଜାତି ବିବାହକୁ ନେଇ ଅନେକ ଥର ଅତ୍ୟା ଓ ଆକ୍ରମଣ ଘଟିଛି । ୨୦୧୬ ରେ ତାମିଲନାଡୁର ତିରୁପୁର ଜିଲ୍ଲାର ଉଡୁମାଲପେଟରେ ଜଣେ ଅନୁସୂଚିତ ଜାତିର ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଭି ଶଙ୍କରଙ୍କୁ ହତ୍ୟା କରାଯାଇଥିଲା । ଉଚ୍ଚଜାତିର ଝିଅକୁ ବିବାହ କରିବାରୁ ଏପରି ହତ୍ୟାକାଣ୍ଡ ଘଟିଥିଲା । ଯୁବକଙ୍କୁ ଖଣ୍ଡାରେ ହାଣି ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିଲେ କିଛି ଦୁର୍ବୃ୍ତ୍ତ । ଏଥିରେ ଯୁବକଙ୍କ ନବବିବାହିତା ପତ୍ନୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କ ଦୋଷୀ ପ୍ରମାଣ ହେବା ପରେ ତାଙ୍କୁ ଫାଶିଦଣ୍ଡାଦେଶ ହୋଇଥିଲା । ଏମାନଙ୍କ ମଧ୍ୟରେ ଝିଅର ବାପା ମଧ୍ୟ ସାମିଲ ଥିଲେ । ଦୁର୍ବୃତ୍ତମାନେ ଝିଅ ପଟୁ ପଠାଯାଇଥିବା ଜଣାପଡିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe