ସାପ ଚୋଟର ଷଡ଼ଯନ୍ତ୍ର : ସ୍ତ୍ରୀ, ଝିଅ ଶୋଇଥିବା ଘରେ ସାପ ଛାଡି ଦୁହିଁଙ୍କୁ ହତ୍ୟାକଲା ଅଭିଯୁକ୍ତ । ହତ୍ୟାକାଣ୍ଡର କାହାଣୀ କହିଲେ ଗଞ୍ଜାମ ଏସପି ।

Advertisment
ସାପ ଚୋଟର ଷଡ଼ଯନ୍ତ୍ର : ସ୍ତ୍ରୀ, ଝିଅ ଶୋଇଥିବା ଘରେ ସାପ ଛାଡି ଦୁହିଁଙ୍କୁ ହତ୍ୟାକଲା ଅଭିଯୁକ୍ତ । ହତ୍ୟାକାଣ୍ଡର କାହାଣୀ କହିଲେ ଗଞ୍ଜାମ ଏସପି ।

କନକ ବ୍ୟୁରୋ: ସାପ ଚୋଟର ଷଡ଼ଯନ୍ତ୍ର । ଘରେ ସାପ ଛାଡ଼ି ପତ୍ନୀ ଓ ନିଜ କୁନି ଝିଅକୁ ମାରିଦେଲା ଅଭିଯୁକ୍ତ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳର ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।

ହତ୍ୟା କରିବା ପାଇଁ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ର । ବିଭିନ୍ନ ସାପୁଆଙ୍କ ସହ ସେ ଯୋଗାଯୋଗ କରିଥିଲା । ଶେଷରେ ପୋଲସରାର ଜଣେ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା । ଘରେ ପୂଜା ଅଛି କହି ସେହି ସାପ ଧରାଳିଙ୍କଠାରୁ ଆସିଥିଲା ସାପ । ୨ ହଜାର ଟଙ୍କା ଦେଇ ସାପ ଆଣିବା ପରେ ଏକ ଡବାରେ ଭର୍ତି ରଖିଥିଲା । ଗତ ୭ ତାରିଖ ଭୋର ୫ଟା ବେଳେ ହାତରେ କପଡ଼ା ଗୋଡାଇ ସାପକୁ ଧରି ପତ୍ନୀ ଓ ଝିଅ ପାଖକୁ ଆଣିଥିଲା । ଆଉ ମାଆ-ଝିଅଙ୍କୁ ସାପ କାମୁଡ଼ି ଦେବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ନିଜେ ପାଟି କରିବା ସହ ବାଡେଇ ମାରି ଦେଇଥିଲା । ଏ ନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ.ଗଣେଶ ପାତ୍ରକୁ ଗିରଫ କରିଛି ପୁଲିସ । ୩ ବର୍ଷ ତଳେ ବାସନ୍ତୀଙ୍କୁ ବିବାହ କରିଥିଲେ ଗଣେଶ । ପରକୀୟା ପ୍ରୀତି ଯୋଗୁଁ ତାଙ୍କୁ ମାଡ଼ପିଟ୍ କରୁଥିଲେ । ଆଉ ଷଡ଼ଯନ୍ତ୍ର କରି ଶେଷରେ ଘରେ ସାପ ଛାଡି ସ୍ତ୍ରୀ ଓ ଝିଅକୁ ମାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe