କନକ ବ୍ୟୁରୋ: ଟଙ୍କା ପାଇଁ ବନ୍ଧୁ ସାଜିଲା ହତ୍ୟାକାରୀ । ବାଲେଶ୍ୱରର ହୋଟେଲ ବ୍ୟବସାୟୀ ଚିତରଞ୍ଜନ ବେହେରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବାଲେଶ୍ୱରର ପ୍ରଫୁଲ ବେହେରା ଏବଂ ମୟୂରଭଞ୍ଜ କପ୍ତିପଦାର ଜଣେ ଯୁବକ ଏବଂ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ୩୫ ହଜାର ଟଙ୍କା ପାଇଁ ବାଲେଶ୍ୱରର ହୋଟେଲ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରା ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି ।
ସୂଚନା ମୁତାବକ, ରବିବାର ସେ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଥିଲେ । ଶେଷରେ ମୟୂରଭଞ୍ଜ କପ୍ତିପଦାର ସମୀବୃକ୍ଷ ନିକଟରୁ ଗତକାଲି ଉଦ୍ଧାର ହୋଇଛି ଚିତରଞ୍ଜନଙ୍କ ମର ଶରୀର । ପ୍ରଥମେ ପୋଲିସ ଏକ ଗାତରେ ମର ଶରୀର ପୋତାଯାଇଥିବା ନେଇ ଖବର ପାଇଥିଲା । ହାତରେ ଥିବା ଟାଟୁ ଦେଖି ପରିବାର ମୃତ ଦେହ ଚିହ୍ନଟ କରିଛନ୍ତି । ପ୍ରମାଣ ନଷ୍ଟ ପାଇଁ ମୃତଦେହ ସହ ଲୁଣ ପକାଇ ପୋତି ଦିଆଯାଇଥିଲା । ହତ୍ୟା ପାଇଁ ବ୍ୟବହାର ହୋଇଥିବା କଟୁରୀ ଏବଂ କୋଦାଳ ପୋଲିସ ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/9-30.jpg)