ଖବରଟି ପଡି ଆପଣ ଚିନ୍ତାରେ ପଡିଯାଇଥିବେ ଯେ ଘଟଣାଟି କ’ଣ । ଏଭଳି ଅମାନୁଷିକତା ଖବର ପଢି ଆପଣଙ୍କ ରୋମ ଶିହରୀ ଉଠିବ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ପୀଲିଭିତ୍ ଜିଲ୍ଲାର । ଏଠାରେ ୬ ବର୍ଷର କୋମଳ ଶିଶୁର ହତ୍ୟା ପରେ ଅତି ନୃଶଂସ ଭାବରେ ଖାଇବାକୁ ନେଇ ଜଣେ ଦୋଷୀକୁ ୨୫,୦୦୦ ଜୋରିମାନା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ସୁଚନାନୁସାରେ ଗତବର୍ଷ ଫେବୃୟାରୀ ମାସରେ ଉତ୍ତରପ୍ରଦେଶର ଅମରିଆ ଥାନା ନିକଟରେ ନଜିମ୍ ମିଆଁ ନାମକ ଜଣେ ଦୁବୃତ୍ତ ୬ ବର୍ଷର ଏକ ଶିଶୁକୁ ଅପହରଣ କରିଥିଲା । ଘର ପାଖରେ ରହୁଥିବା ଶିଶୁର ପରିବାର ଯେଭଳି ସନ୍ଦେହ ନକରିବେ ତେଣୁ ଦୁବୃତ୍ତ ଛୁଆଟିକୁ ନିଜ ଘରେ ଲୁଚାଇ ରଖିଥିଲା । ପ୍ରତିଦିନ ଶିଶୁ ସହିତ କୁକର୍ମ କରିବା ଏବଂ ମାଡ ମାରିବା ପରେ ମଧ୍ୟ ସଇତାନର ମନ ଶାନ୍ତି ହୋଇନଥିଲା । ସଇତାନ ନିଜର ସଇତାନଗିରୀ ଦେଖାଇବାରେ ତିଳେମାତ୍ର ବିଳମ୍ବ କରିନଥିଲା । ଶେଷରେ ଶିଶୁଟିକୁ ହତ୍ୟା କରି ମୃତ ଶିଶୁର ରକ୍ତ ପିଇ ଫୁଟନ୍ତା ପାଣିରେ ମୃତ ଶରୀରକୁ ଶିଝାଇ ଶରୀରର ଚର୍ମକୁ ବାହାର କରିବା ପରେ ଶିଶୁର ମାଂସକୁ ଶାଗୁଣା ପରି ଖାଇଚାଲିଲା ପିଶାଚ । ପଡୋଶୀଙ୍କୁ ଦୁର୍ବୁତ୍ତର କୁକାର୍ଯ୍ୟ ଜ୍ଞାତ ହେବା ପରେ ସେମାନେ ପୋଲିସକୁ ଫୋନ୍ କରି ଜଣାଇଥିଲେ । ମାଂସ ଖାଇବା ସମୟରେ ପୋଲିସ୍ ଘର ଭିତରକୁ ପ୍ରବେଶ କରି ଦୁର୍ବୁତ୍ତ କୁ ଗିରଫ କରିଥିଲା ।
ପଡୋଶୀଙ୍କ କହିବାନୁସାରେ ନଜିମ୍ ନିଶା ପ୍ରବୃତ୍ତି ର ଥିଲା । ତାକୁ ସମସ୍ତେ ମଦୁଆ ବୋଲି ମଧ୍ୟ ସମ୍ବୋଧନ କରୁଥିଲେ । ଏଭଳି ଅମାନୁଷିକତାକୁ ନଜରରେ ରଖି ଜିଲ୍ଲା ନ୍ୟାୟାଳୟ ନଜିମକୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ସହ ଜୋରିମାନା ମଧ୍ୟ ଲାଗୁ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/murdar-eat_5acd9dce4ce6f.jpg)