ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଟେକିନେଲେ ଦୁର୍ବୁତ୍ତ ।

828

କନକ ବ୍ୟୁରୋ : ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକକୁ ଅପହରଣ କରି ନେଇଛନ୍ତି କିଛି ଦୁର୍ବୁତ୍ତ । ଏଭଳି ଘଟଣା ଘଟିଛି ଡେଲଟା ଛକ ନିକଟରେ । ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ସନ୍ଧ୍ୟା ୫ଟା. ୩୦ ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ଥିବା ଏକ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । ଗାଡ଼ି ନମ୍ବର OD02BE 7656 ଉକ୍ତ କାରରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି ଅପହରଣ କରି ନେଇଯାଇଛନ୍ତି ।

ସ୍ଥାନୀୟ କିଛି ଲୋକେ ଯୁବକଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏ ଜୋତା ମଧ୍ୟ ପଡିରହିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳି ପାରିନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଯୁବକଙ୍କୁ ଉଦ୍ଧାର ପାଇଁ ଏକ ବଡ଼ ଧରଣର ଅପରେ ଚାଲିଥିବା କହିଛନ୍ତି ଖଣ୍ଡଗିରି ଥାନା ଅଧୀକାରୀ।