ପ୍ରଧାନମନ୍ତ୍ରୀଙ୍କ ଧାରାବାହିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ । କହିଲେ ନୂତନ କୃଷି ଆଇନ ବଳରେ ଚାଷୀ ପାଇବ ନିଜର ଅଧିକାର

113

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳର ଦ୍ୱିତୀୟ ପର୍ଯ୍ୟାୟରେ ୧୮ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ପ୍ରଥମେ ଏକ ଖୁସି ଖବର ଦେଇଥିଲେ । ଯାହାକି ଭାରତର ଦେବୀ ଅର୍ଣ୍ଣପୁର୍ଣ୍ଣାଙ୍କ ଶହେବର୍ଷ ପୁରୁଣା ମୂର୍ତ୍ତି କାନାଡାରୁ ଫେରସ୍ତ ଅଣାଯିବ । ଯାହାକୁ କି କାଶିର ଏକ ମନ୍ଦିରରୁ ଚୋରୀ କରି ବିଦେଶ ନିଆଯାଇଥିଲା ।

  • ମୁଁ କାନାଡା ସରକାରଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି । ସେମାନେ ଭାରତୀୟ ମୂର୍ତ୍ତିକୁ ଫେରସ୍ତ କରିବାକୁ ରାଜି ହୋଇଛନ୍ତି ।
  •  ସଂସଦରେ ପାରିତ ହୋଇଥିବା ନୂତନ କୃଷି ବିଲ୍ କୃଷକ ମାନଙ୍କର ରୋଜଗାରର ଆଶାକୁ ସଂଚାରିତ କରିଛି । ବହୁ ବିଚାର ବିମର୍ଷ ପରେ ସଂସଦରେ ଏହି କାନୁନ୍ କୁ ପାରିତ କରାଯାଇଛି । ଏହା ଦ୍ୱାରା କେବଳ କୃଷକମାନେ ଲାଭାନ୍ୱିତ ହେବେ ନାହିଁ । ଶଷ୍ୟ ବିକ୍ରିକୁ ଦୀର୍ଘଦିନ ହେବ ଚାଷୀ ଭାଇ ମାନେ ଯେଉଁ ବନ୍ଧନ ଭିତରେ ଥିଲେ ସେଥିରୁ ତାଙ୍କୁ ମୁକ୍ତି ମିଳିବାକୁ ଯାଉଛି ।
  •  ଏବେ ଦେଶରେ ଅନେକ ସଂଗ୍ରାହାଳୟ ଓ ପାଠାଗାର ସମ୍ପୁର୍ଣ୍ଣ ଭାବେ ଡିଜିଟାଲାଇଜେନସନ ହେବାକୁ ଯାଉଛି । ଯାହା ଦ୍ୱାରା ଏବେ ଲୋକମାନେ ଘରେ ବସି ଜାତୀୟ ସଂଗ୍ରାଳୟ ଓ ପାଠାଗାର ପରିଦର୍ଶନ କରିପାରିବେ ।
  •  ଚଳିତ ମାସ ୧୨ ତାରିଖରୁ ଡାକ୍ତର ସଲିମ୍ ଅଲ୍ଲୀଙ୍କ ୧୨୫ ତମ ଜୟନ୍ତି ସମାରୋହ ଆରମ୍ଭ ହୋଇଛି । ଡାକ୍ତର ସଲିମ୍ ପକ୍ଷୀ ମାନଙ୍କୁ ନେଇ ବେସ୍ ଗବେଷଣା କରିଥିଲେ । ତାଙ୍କର ଏହି ଗବେଷଣା ଫଳରେ ବିଶ୍ୱବାସୀ ଏବେ ଭାରତର ପକ୍ଷୀ ଦୁନିଆକୁ ବେସ୍ ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି ।
  • ମୋ ଧାଁ ଦଉଡ ଜୀବନ ଭିତରେ କିଛିଦିନ ପୁର୍ବରୁ କେବାଡିଆରେ ପକ୍ଷୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିବାର ସୁଯୋଗ ମୋତେ ମିଳିଥିଲା । କେବାଡିଆର ପକ୍ଷୀ ଦୁନିଆ ଏବେ ବିଶ୍ୱର ପର୍ଯ୍ୟଟକ ମାନଙ୍କୁ ବେସ୍ ଆକର୍ଷିତ କରିଛି ।
  •  ୩୦ ନଭେମ୍ବରକୁ ମୁଁ ଗୁରୁ ନାନକ ଦେବଙ୍କ ୫୫୧ ତମ ପ୍ରକାଶ ପର୍ବ ପାଳନ କରିବି । ମୋତେ ଅନୁଭବ ହେଉଛି କି ଗୁରୁ ନାନକଙ୍କ କୃପା ମୋ ଉପରେ ବିଶେଷ ଭାବେ ରହିଛି । ତାଙ୍କ ଆଦର୍ଶ ସବୁବେଳେ ମୁଁ ମୋ କାର୍ଯ୍ୟରେ ଯୋଡିବାକୁ ଚେଷ୍ଟା କରୁଛି ।
  • ଭାରତର ସଂସ୍କୃତି ଓ ଶାସ୍ତ୍ର ସବୁବେଳେ ପୁରା ବିଶ୍ୱ ପାଇଁ ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଛି । କିଛି ଲୋକ ବି ଏହାର ଅନୁସନ୍ଧାନ କରିବାକୁ ବିଦେଶରୁ ଆସି ଭାରତରେ ଡେରା ପକାଇଛନ୍ତି । ଅନ୍ୟକିଛି ଲୋକ ଏଠାରେ ଅଧ୍ୟୟନ ସାରି ତାଙ୍କ ଦେଶକୁ ଫେରିଯାଇ ଭାରତର ସଂସ୍କୃତିକୁ ପ୍ରଚାର କରିବାରେ ଲାଗିଛନ୍ତି ।
  • ପୂର୍ବ ବର୍ଷ ନଭେମ୍ବରରେ ସାହିବ କରିଡର ଖୋଲିବା ମୋ ପାଇଁ ସବୁଠାରୁ ବଡ ଐତିହାସିକ କାର୍ଯ୍ୟଥିଲା । ବିଦେଶରେ ରହୁଥିବା ଶିଖ୍ ଭାଇ ଭଉଣୀ ମାନେ ସାହେବଙ୍କ ଦରବାରକୁ ସେବା ନିମନ୍ତେ ଟଙ୍କା ପଠାଇବା ଏବେ ବେସ୍ ସହଜ ହୋଇଛି ।
  • ୫ ଡିସେମ୍ବରରେ ଶ୍ରୀ ଅରବିନ୍ଦଙ୍କ ପୂଣ୍ଣ୍ୟତିଥୀ ରହିଛି । ମୁଁ ଶ୍ରୀ ଅରବିନ୍ଦଙ୍କୁ ଯେତିକି ପଡୁଛି ସେତିକି ଗଭୀର ଭିତରକୁ ଯାଇ ତାଙ୍କ ପ୍ରଦତ୍ତ ଜ୍ଞାନ ଆହୋରଣ କରୁଛି ।