ଆମେରିକାରୁ ଫେରି ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମନ କି ବାତରେ ‘ନମାମୀ ଗଙ୍ଗେ’ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

Advertisment
ଆମେରିକାରୁ ଫେରି ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମନ କି ବାତରେ ‘ନମାମୀ ଗଙ୍ଗେ’ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

କନକ ବ୍ୟୁରୋ: ଆମେରିକା ଗସ୍ତରୁ ଫେରିବା ପରେ ମନ କି ବାତର ୮୧ ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି ମୋଦୀ । ଆସନ୍ତୁ ଜାଣିବା କ’ଣ କହିଛନ୍ତି ମୋଦୀ ।

ଆଜିକା ଦିନରେ ଆମକୁ ପଣ୍ଡିତ ଦିନ ଦୟାଲଙ୍କ ଉପଦେଶକୁ ମନେ ପକାଇବା ଉଚିତ । ତାଙ୍କ ମତରେ ଆମ ପାଖରେ ଯାହା କିଛି ବି ଅଛି ସବୁ ଏହି ଦେଶ ପାଇଁ । ତେଣୁ ଏହି ମାଟି ମା’ର ଋଣ କେମିତି ସୁଝିବା ସେନେଇ ଯୁବଗୋଷ୍ଠୀ ଗୁରୁତର ସହ ଚିନ୍ତା କରିବା ଉଚିତ ।ସେପ୍ଟେମ୍ବର ୨୫ ହେଉଛି ଦୀନ ଦୟାଲ୍‌ ଉପାଧ୍ୟାୟଙ୍କ ଜୟନ୍ତୀ। ୨୦୧୮ ମସିହାରେ ଏହି ଦିନ ଆମେ ‘ପ୍ରଧାନମନ୍ତ୍ରୀ ଜନ ‌ଆରୋଗ୍ୟ ଯୋଜନା’ ବା ‘ଆୟୁଷ୍ମାନ୍‌ ଭାରତ ଯୋଜନା’ ଆରମ୍ଭ କରିଥିଲୁ।

ନଦୀ ସଂରକ୍ଷଣ କରିବା ଲାଗି ପ୍ରତିବଦ୍ଧ ବ୍ୟକ୍ତିମାନଙ୍କୁ ଆଜି ‘ମନ୍‌କୀ ବାତ୍‌’ କାର୍ଯ୍ୟକ୍ରମର ୮୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେ କହିଲେ, ଭାରତୀୟ ପରମ୍ପରା ଏବଂ ଐତିହ୍ୟ ବିଜଡ଼ିତ ହୋଇଥିବାରୁ ସେପ୍ଟେମ୍ବର ୨୬ ହେଉଛି ତାତ୍ପର୍ଯ୍ୟପୂର୍ଣ୍ଣ ଦିବସ। ଆଜି ବିଶ୍ବ ନଦୀ ଦିବସ ହୋଇଥିବାରୁ ଅନ୍ୟାନ୍ୟ ଦିନ ଠାରୁ ଆଜି ଦିନର ମହତ୍ତ୍ବ ରହିଛି। ଆଜି ହେଉଛି, ଆମକୁ ନିଃସ୍ବାର୍ଥ ଜଳ ଯୋଗାଉଥିବା ନଦନଦୀମାନଙ୍କୁ ସ୍ମରଣ କରିବାର ଦିବସ।

ତେଣୁ, ଦେଶର ସବୁ ପ୍ରାନ୍ତରେ ଥିବା ଜନତାଙ୍କୁ ମୋର ଅନୁରୋଧ ସେମାନେ ଅନ୍ତତଃ ବର୍ଷକୁ ଥରେ ‘ନଦୀ ଉତ୍ସବ’ ପାଳନ କରନ୍ତୁ। ଜନତାଙ୍କ ଯୋଗଦାନଦ୍ବାରା ଏବେ ‘ନମାମି ଗଙ୍ଗେ ମିସନ୍‌’ ସୁରୁଖୁ‌ରୁରେ ଚାଲିଛି। ମୁଁ ପାଇଥିବା ଏକ ସ୍ବତନ୍ତ୍ର ଇ-ନିଲାମ ଉପହାର ଏବେ କାର୍ଯ୍ୟକାରୀ ହେଉଛି। ସେଥିରୁ ପ୍ରାପ୍ତ ଲାଭ ‘ନମାମି ଗଙ୍ଗେ ଅଭିଯାନ’ରେ ବିନିଯୋଗ ହେବ।

ତାମିଲନାଡୁରେ ନାଗା ନଦୀ ଶୁଖି ଯାଇଥିଲା। କିନ୍ତୁ ଗାଁଗଣ୍ଡାର ମହିଳାମାନଙ୍କ ଉଦ୍‌ଯୋଗ ଏବଂ ସର୍ବସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ହେତୁ ସେ ନଦୀ ଜୀବନ୍ୟାସ ପାଇଛି। ଆଜି ସେ ନଦୀରେ ପ୍ରବାହିତ ହେଉଛି ପ୍ରଚୁର ଜଳ।

ବିହାର ଏବଂ ପୂର୍ବ ପ୍ରାନ୍ତର ଅନ୍ୟ ଅଞ୍ଚଳରେ ମହାନ୍‌ ଉତ୍ସବ ‘ଛଟ୍’ ପାଳନ କରାଯାଏ। ମୋର ଆଶା, ‘ଛଟ୍‌’ ପୂଜା କଥା ମନେରଖି ନଈକୂଳ ସଫେଇ, ବନ୍ଧ ଓ ଘାଟ ମରାମତି ଆରମ୍ଭ ହେବା ଆବଶ୍ୟକ।

ଆରମ୍ଭ ହୋଇଥିବା ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ଉପକ୍ରମରେ ଆଞ୍ଚଳିକ କାରିଗରମାନଙ୍କୁ ସହାୟତା କରିବା ଲାଗି ଖଦି ସାମଗ୍ରୀ କ୍ରୟ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଚାଲନ୍ତୁ, ଖଦୀ ସାମଗ୍ରୀ ଖରିଦ କରି ମହା ଉତ୍ସାହରେ ବାପୁଙ୍କ ଜୟନ୍ତୀ ପାଳିବା।

ଏହାଛଡ଼ା, ଅଗଷ୍ଟ ମାସରେ ‘ୟୁପିଆଇ’ ଜରିଆରେ ୩୫୦ କ‌ୋଟି ଟଙ୍କାର କାରବାର ହୋଇଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ନିକଟ ଅତୀତରେ ‘ସିଆଚେନ୍‌ ଗେଲସିଅର୍’ ଆରୋହଣ କରି ବିଶ୍ବ ରେକର୍ଡ ସୃଷ୍ଟି କରିଥିବା ଆଠଜଣ ଭିନ୍ନକ୍ଷମଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି।

ଶେ‌ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କୋଭିଡ୍-୧୯ ବିରୋଧୀ ସଂଗ୍ରାମ, ବିଶେଷକରି ଟିକାକରଣ କ୍ଷେତ୍ରରେ ‘ଟିମ୍‌ ଇଣ୍ଡିଆ’ ପ୍ରତିଦିନ ନୂଆ ରେକର୍ଡ କରୁଛି। ଏପର୍ଯ୍ୟନ୍ତ ଟିକା ନ ନେଇଥିବା ବ୍ୟକ୍ତିମାନଙ୍କୁ ମ‌ୋର ଅନୁରୋଧ, ସେମାନେ ଟିକା ନିଅନ୍ତୁ। କିନ୍ତୁ, ଟିକା ନେଲେ ମଧ୍ୟ ଆମେ ବେପରୁଆ ହେବା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe