କନକ ବ୍ୟୁରୋ: ଦୟାନଦୀକୁ ଡେଇଁପଡିଲେ ଯୁବକ । ପୋଲ ଉପରେ ବାଇକ୍ ରଖି ଡେଇଁପଡିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ଡେଇଁପଡିଥିବା ଯୁବକ ପୁରୁଣା ଭୁବନେଶ୍ୱର କପିଳେଶ୍ୱର ମନ୍ଦିର ନିକଟ ଖୁଂଟିଆ ସାହିର ମଧୁସୂଦନ ଖୁଂଟିଆ ବୋଲି ଜଣାପଡିଛି । ତାଙ୍କ ବୟସ ୨୯ ବର୍ଷ ।
ତେବେ ଯୁବକ ଜଣଙ୍କ କାହିଁକି ଡେଇଁଛନ୍ତି ତାହାର କାରଣ ଜଣାପଡି ନାହିଁ । ଏବେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରଖିିଛି । ଗତକାଲି ମଧ୍ୟ ଜଣେ ଯୁବକ ଦୟା ନଦୀକୁ ଡେଇଁ ପଡିଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/2-2.jpg)