କାମାକ୍ଷାନଗର ମହାବୀର ରୋଡ ରେଞ୍ଜରେ ହାତୀ ଆକ୍ରମଣ : ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ପୁଅ

52

କନକ ବ୍ୟୁରୋ : ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତିଗଲେ ପୁଅ । ମୃତକ ଜଣକ ହେଲେ ମହାବୀରରୋଡ ରେଞ୍ଜ ମଝିକା ଗାଁର ନିରଞ୍ଜନ ସ୍ୱାଇଁ । ସୂଚନା ଅନୁସାରେ ନିରଞ୍ଜନ ଓ ତାଙ୍କ ପୁଅ ବିଲରୁ ଫେରୁଥିବା ବେଳେ କାମାକ୍ଷାନଗର ମଝିକା କାଳୀମନ୍ଦିର ନିକଟରେ ହାତୀ ମୁହଁରେ ପଡ଼ିଯାଇଥିଲେ ।

ହାତୀଟି ନିରଞ୍ଜନକୁ ଶୁଣ୍ଢରେ ଟେକି କଚାଡ଼ି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଅଳ୍ପକେ ବର୍ତି ଯାଇଥିଲେ ତାଙ୍କ ପୁଅ । ଦୀର୍ଘ ଦିନ ହେଲା ସ୍ଥାନୀୟ ଅଂଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବ୍ୟାପକ ଫସଲହାନୀର ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ।