ଗଛ ଲଗାଇବାର ନିଶା । ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନଙ୍କ ଫଳବଗିଚାକୁ ନେଇ ଚର୍ଚ୍ଚା । ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୧୫ ଲକ୍ଷ ଟଙ୍କା

143

କନକ ବ୍ୟୁରୋ: ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନ । ବୟସ ପାଖାପାଖି ୬୨ । ଚକବନ୍ଦିରେ ସରକାରି ଚାକିରି କରୁଥିବା ବେଳେ ୧୯୮୫ ରେ ଚାକରି ଛାଡ଼ି ଆରମ୍ଭ କରିଥିଲେ ଫାର୍ମ । ଗଛ ଲଗାଇବା ନିଶାରେ ବନ୍ଧା ପୀତବାସ । ୧୮ ଏକର ଜମିରେ ଆରମ୍ଭ କରିଥିଲେ ଫାର୍ମ । ଏବେ ତାଙ୍କ ବଗିଚାରେ ଭଳିକି ଭଳି ଆମ୍ବ ଗଛରେ ଆମ୍ବ ଫଳିଛି ।

ଆମ୍ବ ସହ ସପୁରି , ଲେମ୍ବୁ , ସପେଟା ପରି ଅନ୍ୟ ଗଛ ମଧ୍ୟ ଲଗାଇଛନ୍ତି । ବର୍ଷକୁ ପ୍ରାୟ ଏହି ବଗିଚାରେ ୫ ଲକ୍ଷ ଟଙ୍କା ଖଟାଇଥାନ୍ତି ପୀତବାସ, ଆଉ ଏଥିରୁ ପ୍ରାୟ ୧୫ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଆମ୍ବ ସମୟରେ ପ୍ରାୟ ୧୫ ଟନରୁ ଅଧିକ ଆମ୍ବ ଅମଳ ହୋଇ ଗଞ୍ଜାମ, ନୟାଗଡ , ଖୋର୍ଧା , ପୁରି , କଳାହାଣ୍ଡି ପରି ଜାଗାକୁ ପଠାଯାଇଥାଏ ।

ପୀତାବାସଙ୍କ ସାନପୁଅ ଓ ବୋହୁ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କୁୁ ଏହି ବଗିଚା କାମରେ ସାହାଯ୍ୟ କରନ୍ତି । ଆମ୍ବ ଚାଷରୁ ପୀତବାସ ନିଜେ ରୋଜଗାର କରିବା ସହ ଅନ୍ୟକୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । ପ୍ରାୟ ୧୦ଟି ଆଦିବାସୀ ପରିବାର ଏହି ବଗିଚାରେ କାମ କରି ଅର୍ଥ ଉପାର୍ଜନ କରନ୍ତି । ବିଭିନ୍ନ ସ୍ଥାନରୁ ଚାଷି ମଧ୍ୟ ଏହି ବଗିଚାକୁ ଆସି ପିତବାସଙ୍କ ଠାରୁ ଚାଷ କାମ ନେଇ ପଚାରିବୁଝନ୍ତି ।