କନକ ବ୍ୟୁରୋ: ‘ଶୋଇବାକୁ ତ ଚାହୁଁଛି ହେଲେ ଶୋଇପାରୁନି । କାରଣ ମୋ ଆଖିରୁ ନିଦ ହଜିଯାଇଛି । ସେଦିନର ଜ୍ୱର ମୋ ଜୀବନର ଗତି ବଦଳାଇଦେଲା । ଜ୍ୱର ହେଲା ଆଉ ସେଦିନଠୁ ମୋତେ ନିଦ ହେଉନି । ତଥାପି ମୁଁ ବଞ୍ଚିଛି ।’

Advertisment

ଇଏ ହେଉଛି ୮୦ ବର୍ଷିୟ ଥାଇ ଏନଜୋକଙ୍କ ମନ କଥା । ଗତ ୬୧ ବର୍ଷ ହେଲାଣି ତାଙ୍କ ଆଖିକୁ ନିଦ ନାହିଁ । ୧୯୬୨ ଠାରୁ ତାଙ୍କ ଆଖିରୁ ନିଦ ସବୁଦିନ ପାଇଁ ହଜିଯାଇଛି । ତାଙ୍କ ସ୍ତ୍ରୀ କି ପିଲାମାନେ ତାଙ୍କୁ କେବେ ଶୋଇବାର ଦେଖିନଥିବା କୁହନ୍ତି । ହେଲେ ଏପରି ଏକ ସମସ୍ୟା ଆଜି ତାଙ୍କୁ ସାରା ବିଶ୍ୱରେ ଏକ ପରିଚୟ ଦେଇପାରିଛି ।

ଦିନେ ୨ ଦିନ ଭଲ ଭାବେ ନିଦ ନହେଲେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ । ହେଲେ ଜଣେ ମଣିଷ ବର୍ଷେ କି ୨ ବର୍ଷ ନୁହେଁ ଦୀର୍ଘ ୬୧ ବର୍ଷ ହେଲାଣି ଶୋଇନାହାଁନ୍ତି । ଏକଥା ଶୁଣିଲେ ବିଶ୍ୱାସ କରିବା କଷ୍ଟ ହେଉଛି । ତଥାପି ଏହା ସତ । ଭିଏତନାମର ଥାଇ ଏନଜୋକ୍ ନାମକ ଏହି ବ୍ୟକ୍ତି ୬୧ ବର୍ଷ ହେଲାଣି ଶୋଇ ନାହାଁନ୍ତି । ବିଶ୍ରାମ ନେବାକୁ ଖଟ ଉପରକୁ ଗଲେ ବି ସେମିତି ଆଖି ଖୋଲି ପଡିଥାନ୍ତି । ଫେମସ୍ ୟୁଟ୍ୟୁବର ଡ୍ରିୟୁ ବିନସ୍କି ଙ୍କ ସହ ତାଙ୍କର ସାକ୍ଷାତକାର ଆସିବା ପରେ ଦେଶ ବିଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯଦିଓ ଏହା ପୂର୍ବରୁ ବି ତାଙ୍କ ଅନିଦ୍ରା ଖବର କୁ ନେଇ ଖବର ପ୍ରଚାର କରିଛନ୍ତି କିନ୍ତୁ ସୋସିଆଲ ମିଡିଆରେ ସେ ଏବେ ବେଶ୍ ପରିଚିତ ।

ଥାଇଙ୍କ କହିବା ଅନୁସାରେ, ପିଲା ବେଳେ ଦିନେ ରାତିରେ ତାଙ୍କୁ ଭୀଷଣ ଜ୍ୱର ଆସିଲା । ସେଦିନ ରାତିରେ ଜ୍ୱର ଯୋଗୁଁ ସେ ଶୋଇପାରିଲେ ନାହିଁ । ବାସ୍ ସେହିଦିନଠୁ ଆଉ ତାଙ୍କ ଆଖିକୁ ନିଦ ନାର୍ହି । ଯେତେେ ଚେଷ୍ଟା କଲେ ବି ସେ ଶୋଇ ପାରୁନାହାଁନ୍ତି । ତାଙ୍କର ଭାରି ଇଚ୍ଛା ସେ ଅନ୍ୟ ମାନଙ୍କ ଭଳି ଟିକେ ଗଭୀର ନିଦ୍ରାରେ ଶୋଇବେ, ହେଲେ ତାହା ଆଉ ସମ୍ଭବ ହେଉନାହିଁ ।
ବିଶେଷଜ୍ଞମାନେ ଏହା ଉପରେ ପରୀକ୍ଷାନୀରିକ୍ଷା କରିସାରିଛନ୍ତି ।ହେଲେ ଏହାର ନିଦାନ କେହି ବାହାର କରିପାରିନାହାଁନ୍ତି । ଏକ୍ସପର୍ଟମାନେ ଏହି ରୋଗକୁ ଇନସୋମ୍ନିଆ ଡିସଅର୍ଡର ବୋଲି କହୁଛନ୍ତି । ଏହା ଦ୍ୱାରା ଉଭୟ ଶରୀରିକ ଓ ମାନସିକ ସ୍ୱାସ୍ୟ୍ଥ୍ର ଉପରେ ଖରାପ ପ୍ରଭାବ ପଡିବା କଥା । ହେଲେ ଥାଇଙ୍କ କ୍ଷେତ୍ରରେ ଓଲଟା । ନିଦ ନହେଲେ ବି ଅନ୍ୟମାନଙ୍କ ଭଳି ସ୍ୱାଭାବିକ ଜୀବନ ବଞ୍ଚୁଛନ୍ତି ଥାଇ ଏନଜୋକ୍ । ବରଂ ୮୦ ବର୍ଷ ବୟସରେ ବି ଅନ୍ୟମାନଭ୍କ ଭଳି ଭଲଭାବେ ବୁଲାିବା , ଘର କାମ କରିବା, ଜମିରେ କାମ କରିବା ସବୁକିଛି କରୁଛନ୍ତି ।

ସବୁଠାରୁ ବଡ କଥା ହେଉଛି କୌଣସି କାମ କରିବା ପରେ ଅନ୍ୟମାନଙ୍କ ଠାରୁ ତାଙ୍କୁ କମ୍ ହାଲିଆ ଲାଗେ । ଥାଇ ଏନଜୋଙ୍କୁ ଗ୍ରୀନ୍ ଟି ଓ ରାଇସ୍ ୱାଇନ୍ ବହୁତ ପସନ୍ଦ । ଯେବେ ସେ ଡ୍ରିଙ୍କସ୍ ନିଅନ୍ତି, ଘଣ୍ଟାଏ ୨ ଘଣ୍ଟା ପାଇଁ ଗଡିଯାନ୍ତି ହେଲେ ଶୋଇପାରନ୍ତି ନାହିଁ । ସେ ସବୁଦିନ ଶେଯକୁ ତ ଯାନ୍ତି , ଆଖି ବି ବନ୍ଦ କରନ୍ତି ହେଲେ ନିଦରେ ଶୋଇପାରନ୍ତି ନାହିଁ । କେତେ ଯେ ରାତି ଉଜାଗର ରହି କାଟିଛନ୍ତି ଥାଇ ଏନଜୋକ୍ ।

ଏହି ସତକୁ ଜାଣିପାକୁ ଅନେକ ବିଦେଶୀ ତାଙ୍କ ପାଖକୁ ଆସିଛନ୍ତି । ଏପରିକି ତାଙ୍କ ସାଙ୍ଗରେ ରାତି ମଧ୍ୟ କାଟିଛନ୍ତି, ଆଉ ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଫେରିଯାଇଛନ୍ତି । ହେଲେ ଏହାର କାରଣ ଆଜିଯାଏଁ କେହି ବି ଜାଣିପାରିନାହାଁନ୍ତି ।