କନକ ବ୍ୟୁରୋ: ଭାରତରେ କିଛି ବର୍ଷ ହେବ ହାର୍ଟ ଆଟାକର ଅଜବ ଅଜବ ଘଟଣା ସାମନାକୁ ଆସୁଛି । ନାଚିବା, ଗୀତ ଗାଇବା, ଚାଲୁ ଚାଲୁ ହୃଦଘାତରେ ଲୋକଙ୍କ ଜୀବନ ଚାଲିଯାଉଛି । ଏହା ପୁଣି କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନୁହେଁ । ପିଲାଠାରୁ ବୟସ୍କ ସମସ୍ତେ ଏହି ଅକସ୍ମାତ ମୃତ୍ୟୁର ଶିକାର ହେଉଥିବା ଶୁଣିବାକୁ ଏବଂ ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ଏପରି ଖବର ମିଳିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ପରିବାର ସହ ଖାଇବାକୁ ବସିଥିବାବେଳେ ଡାଇନିଙ୍ଗ ଟେବୁଲରେ ଅଚନକ ଟଳିପଡୁଛନ୍ତି । କେହି କିଛି ଭାବିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଉଛି ।

Advertisment

ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଜନୈକ ବ୍ୟକ୍ତି ପରିବାର ସହ ଏକ ରେଷ୍ଟୁରାଣ୍ଟରେ ଖାବିକୁ ଖାଇବାକୁ ଯାଇଥିଲେ । ୱେଟର ଆସି ଖାଇବା ପରସିଲା । କିନ୍ତୁ ହଠାତ୍ ବ୍ୟକ୍ତି ଜଣକ ସେହି ଟେବୁଲ ଉପରେ ଅଚେତ ହୋଇପଡିଲେ । ପରିବାର ଲୋକ ତାଙ୍କୁ ଆସି ଧରିବା ବେଳକୁ ସେ ବସିଥିବ ଚେୟାରରୁ ତଳକୁ ଗଳିପଡିଥିଲେ । ତାଙ୍କୁ ତୁରନ୍ତୁ ହସ୍ପିଟାଲ ନିଆଯାଇଥିଲେ ବି ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ୯ ଦିନ ପୂର୍ବରୁ ଏଭଳି ଘଟଣା ଦିଲ୍ଲୀ ମେଟ୍ରୋ ଟେନରେ ଘଟିଥିଲା । ଜଣେ ଛାତ୍ର ଯାତ୍ରା କରୁଥିବା ସମୟରେ ହାର୍ଟଆଟାକରେ ତାଙ୍କର ଜୀବନ ଯାଇଥିଲା ।

ଡିସେମ୍ବର ୧୪ ତାରିଖରେ ସିନେ ତାରକା ଶ୍ରେୟସ୍ ତଲପଡେ ମଧ୍ୟ ହୃଦଘାତର ଶିକାର ହୋଇଥିଲେ । ତେବେ ଏନଜିଓଗ୍ରାଫି ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେବାରୁ ତଙ୍କେୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି ।