କନକ ବ୍ୟୁରୋ : ଆପଣ ଆଗରୁ ଗୁଗଲ ଆକାଉଣ୍ଟ ବା ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବା ଖବର ନିଶ୍ଚୟ ଶୁଣିଥିବେ। କିନ୍ତୁ କେବେ ଗୁଗଲ ମ୍ୟାପ୍ ହ୍ୟାକ୍ ହେବା ଖବର ଆପଣ ଶୁଣିଥିଲେ କି ? କଥାଟି ବିଶ୍ୱାସ କରି ହେଉନଥିଲେ ମଧ୍ୟ ସତ । ଜଣେ ଯୁବକ ୯୯ଟି ପୁରୁଣା ସ୍ମାର୍ଟଫୋନ ଜରିଆରେ ଗୁଗଲ ମ୍ୟାପକୁ ହ୍ୟାକ୍ କରିିଥିବା ଜଣା ପଡ଼ିଛି । ଯୁବକଜଣଙ୍କ ଗୁଗଲ ମ୍ୟାପରେ ଦିଆଯାଇଥିବା ସୁବିଧାର ଫାଇଦା ଉଠାଇ ଏଭଳି କରିଥିବା ସାମ୍ନାକୁ ଆସିଛି ।
ଯୁବକଙ୍କ ନାଁ ସିମୋନ ୱେକର୍ଟ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁଗଲ ମ୍ୟାପ୍ ହ୍ୟାକ୍ କରି ଟ୍ରାଫିକର ସ୍ଥିତି ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ । ଯେଉଁଠି ଲୋକଙ୍କୁ ଗ୍ରୀନ୍ ସିଗନାଲ ଦେଖାଇବା କଥା ସେଠାରେ ଲୋକେ ରେଡ୍ ସିଗନାଲ ଦେଖିବାକୁ ପାଇଥିଲେ । ରାସ୍ତାରେ ଭିଡ଼ ନଥାଇ ମଧ୍ୟ ଲୋକଙ୍କୁ ଗୁଗଲ ମ୍ୟାପରେ ପ୍ରବଳ ଭିଡ଼ ଥିବା ଦେଖାଇଥିଲା । ଏଭଳି କରିବା ପାଇଁ ସିମୋନ ୱେକର୍ଟ ୯୯ଟି ସ୍ମାର୍ଟଫୋନ ନେଇ ଟ୍ରାଫିକ୍ ନଥିବା ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ ।
ସବୁ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ ଆକ୍ଟିଭ୍ ରହିଥିବା ବେଳେ ଫୋନର ଲୋକେସନକୁ ମଧ୍ୟ ଆକ୍ଟିଭ୍ କରିଥିଲେ ସିମୋନ ୱେକର୍ଟ । ଏଭଳି କରିବା ଦ୍ୱାରା ସେ ଯେଉଁ ଖାଲି ରାସ୍ତା ଦେଇ ଯାଉଥିଲେ, ଗୁଗଲ ମ୍ୟାପରେ ଲୋକଙ୍କୁ ଟ୍ରାଫିକ୍ ଜାମ୍ ଦେଖାଉଥିଲା। କାରଣ ଏକା ସାଙ୍ଗରେ ୯୯ଟି ଫୋନର ଲୋକେସନ ସହ ଗୁଗଲ ମ୍ୟାପ ଆକ୍ଟିଭ୍ ଥିବାରୁ ଏଭଳି ଦେଖାଇଥିଲା । ସିମୋନ ୱେକର୍ଟ ଯେଉଁ ବାଟ ଦେଇ ଯାଉଥିଲେ, ସେହି ରାସ୍ତାର ଗ୍ରୀନ୍ ସିଗନାଲ ଲୋକଙ୍କୁ ରେଡ୍ ଦେଖାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/man-uses-99-phones-to-create-fake-traffic-jam-on-google-maps-outside-its-office-1580726958.jpg)