କଳିଯୁଗର କୁରୁସଭା ! ଜୁଆ ପାଇଁ ବାଜିରେ ଲାଗିଲା ପତ୍ନୀ, ହାରିଯିବା ପରେ ପରପୁରୁଷ ହାତରେ ସ୍ତ୍ରୀକୁ ଟେକିଦେଲା ସୈତାନ ସ୍ୱାମୀ

57

କନକ ବ୍ୟୁରୋ : କଳିଯୁଗରେ ଦ୍ୱାପରର କୁରୁସଭା । ଜୁଆ ପାଇଁ ବାଜି ଲାଗିଲା ପତ୍ନୀ, ଆଉ ବାଜିରେ ହାରିଯିବା ପରେ ପୁରପୁରଷ ହାତରେ ନିଜ ପତ୍ନୀକୁ ଟେକିଦେଲା ସୈତାନ ସ୍ୱାମୀ । ବାଲେଶ୍ୱର ଜିଲ୍ଳାରେ ଘଟିଛି ଏଭଳି ଘଟଣା, ଯାହା ସଭ୍ୟସମାଜର ମାନବିକତାକୁ ଦୋହଲାଇ ଦେଇଛି । ଜୁଆ ଖେଳର ପରିଣାମ କେତେ ସାଂଘାତିକ୍ ହୋଇପାରେ ତାହା ଆଜି ସାମ୍ନାକୁ ଆସିଛି ।

ମହାଭାରତର କୁରୁସଭାରେ ଯେମିତି ୫ ସ୍ୱାମୀଙ୍କ ସାମ୍ନାରେ ଦ୍ରୌପଦୀଙ୍କୁ ବିବସ୍ତ୍ର କରାଯାଇଥିଲା, ଠିକ୍ ଅନୁରୁପ ଢ଼ଙ୍ଗରେ କଳିଯୁଗରେ ଘଟିଛି ଏକ ଘଟଣା । ଗତ କିଛି ଦିନ ପୂର୍ବେ ଜୁଆ ଖେଳିବାକୁ ଯାଇଥିଲେ ବାଲେଶ୍ୱର ଜିଲ୍ଲାର କାର୍ତ୍ତିକ ପଟ୍ଟାୟତ । ଜୁଆ ଖେଳରେ ଗୋଟିଏ ପରେ ଗୋଟିଏ ବାଜି ଲାଗାଇ ଚାଲିଥିଲେ କାର୍ତିକ । ଟଙ୍କା ପଇସା ହାରିଯିବା ପରେ ଶେଷରେ ନିଜ ସ୍ତ୍ରୀକୁ ଜୁଆ ଖେଳରେ ବାଜି ଲଗାଇ ଦେଇଥିଲା କାର୍ତିକ । ହେଲେ ଶେଷ ବାଜି ଯେତେବେଳେ ହାରିଗଲା ସର୍ତ ମୁତାବକ ସୈତାନଙ୍କ ହାତରେ ସ୍ତ୍ରୀକୁ ଟେକି ଦେଇଥିଲା କାର୍ତିକ ।

କଳିଯୁଗର ପାଣ୍ଡବ ସାଜିଥିବା କାର୍ତିକ ଯିଏ ଜୁଆ ପାଇଁ ପତ୍ନୀକୁ ବାଜି ଲଗାଇ ଦେଇଥିଲା । ଜୁଆ ଖେଳରେ ହାରିଯିବା ପରେ ନିଜ ପତ୍ନୀକୁ ପରପୁରୁଷ ହାତରେ ଟେକି ଦେଇଥିଲା । ଆଉ ଜୁଆ ଖେଳରେ ବାଜି ଜିିତିଥିବା ରାକ୍ଷସମାନେ ସ୍ୱାମୀର ଉପସ୍ଥିତିରେ ମହିଳାଙ୍କ ଇଜ୍ଜତ ସହ ଖେଳିଥିଲେ ଅତି ଅମାନବୀୟ ଖେଳ । ଏପରିକି କୁରୁସଭା ଭଳି ମଧ୍ୟ ଏଠାରେ ମୁହଁ ଖୋଲିନଥିଲା କଳିଯୁଗର ପାଣ୍ଡବ କାର୍ତିକ ।

ମହାଭାରତରେ ଯେମିତି ଭାଇ ବୋହୂଙ୍କ ଇଜ୍ଜତ ସହ ଖେଳଖେଳିବାକୁ ପଛାଇ ନଥିଲା ଦୁର୍ଯ୍ୟୋଧନ, ଠିକ୍ ଏଠି ବି ସଂପର୍କୀୟ ଭାଇ, ଭାଇବୋହୂର ଇଜ୍ଜତ ସହ ଖେଳିଗଲା ଏକ ସଂଘାତିକ୍ ଖେଳ । ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ସାରା ରାଜ୍ୟକୁ ଦୋହଲାଇ ଦେଇଛି ।