୨୬ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ପ୍ରମାଣ ହେଲେ ନିର୍ଦୋଷ ! କ୍ଷତୀପୂରଣ ଆକାରରେ ମିଳିଲା ମାତ୍ର ୭୫ ହଜାର ଟଙ୍କା ।

103

ଗୁଜୁରାଟର ଜଣେ ବ୍ୟକ୍ତି ନିଜ ଜୀବନର ୨୬ ବର୍ଷ ଏପରି ଏକ ଅପରାଧ କାରଣରୁ ଜେଲରେ ବିତାଇଛନ୍ତି ଯାହା ସେ କରିନଥିଲେ । ହତ୍ୟା କରିଥିବା ନେଇ ଏକ ମିଛ ଅପରାଧରେ ପୋଲିସ ଜୟନ୍ତି ଭାଇ ରାଣାଙ୍କୁ ଫସାଇ ଦେଇଥିଲେ । ଏବଂ ତାଙ୍କୁ ମାଡ ମାରି ହତ୍ୟା କରନ୍ତି ବୋଲି ପ୍ରମାଣ ମଧ୍ୟ କରିଦେଇଥିଲେ । କିନ୍ତୁ କିଛି ବର୍ଷ ପରେ ପୋଲିସର ଏହି କାର୍ନାମାର ପର୍ଦାଫାସ ହୋଇଥିଲା ଯେତେବେଳେ ହତ୍ୟା କରାଯାଇଥିବା ଲୋକଟି ଜୀବିତ ଅବସ୍ତରେ ମିଳିଯାଇଥିଲା ।

ବନାସକାଂଠାର ଡିସା କର୍ବେ ସ୍ଥାନୀୟ ଅଦାଲତରେ ଯେଉଁ ଲୋକର ହତ୍ୟା ବିରୁଦ୍ଧରେ ଶୁଣାଣି ହୋଇଥିଲା ସେହି ବ୍ୟକ୍ତି କିଛି ବର୍ଷ ପରେ ବଞ୍ଚିଥିବାର ଜଣାପଡିବା ପରେ ଜୟନ୍ତି ଭାଇ ରାଣାକୁ ଜେଲରୁ ମୁକ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଜୟନ୍ତି ରାଣାଙ୍କ ମୂଲ୍ୟବାନ ୨୬ ବର୍ଷ ଜେଲରେ ବିତି ଯାଇଥିଲା । କୋର୍ଟ ୨୬ ବର୍ଷ ପରେ ରାଣାଙ୍କୁ ଜେଲରୁ ମୁକ୍ତ କରିବା ସହ ତାଙ୍କୁ ମାତ୍ର ୭୫ ହଜାର ଟଙ୍କା କ୍ଷତିପୂରଣ ଦେଇଥିଲେ ଯାହା ତାଙ୍କ ୨୬ ବର୍ଷ ତୁଳନାରେ କିଛି ନୁହେଁ ।

ଜୟନ୍ତି ରାଣାଙ୍କ କହିବା ଅନୁସାରେ, ଗତ ୨୬ ବର୍ଷ ପୁର୍ବେ ତାଙ୍କ ସ୍ୱାମୀଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ଗିରଫ କରିନେଇଥିଲେ । ଥାନାରେ ତାଙ୍କୁ ମାଡ ମାରିବା ସହ ଛାଡିବା ଲାଞ୍ଚ ମଧ୍ୟ ମାଗିଥିଲେ । କିନ୍ତୁ ଜୟନ୍ତି ରାଣା ଟଙ୍କା ଦେବାକୁ ମନା କରିଦେବାରୁ ତାଙ୍କୁ ଏକ ମିଛ ହତ୍ୟା ମାମଲାରେ ଫସାଇ ଦେଇଥିଲେ । ଏବଂ ଜେଲ ପଠାଇ ଦେଇଥିଲେ । ପରେ ଯେଉଁ ବ୍ୟକ୍ତିଙ୍କ ହତ୍ୟା ହୋଇଥିବାର ଅପରାଧରେ ଜୟନ୍ତି ରାଣା ସଜା କାଟୁଥିଲେ ସେହି ବ୍ୟକ୍ତି କୋର୍ଟରେ ଆସି ସେ ଜୀବିତ ଅଛନ୍ତି ବୋଲି କହିବା ପରେ କୋର୍ଟ ଜୟନ୍ତି ରାଣାଙ୍କୁ ମୁକ୍ତ କରାଯାଇଥିଲା । ଏବଂ ତାଙ୍କୁ କ୍ଷତିପୂରଣ ବାବଦକୁ ୭୫ ହଜାର ଟଙ୍କା ମଧ୍ୟ ଦିଆଯାଇଛି । ଏତେ ସବୁ ହେବା ପରେ ମଧ୍ୟ ଜୟନ୍ତି ରାଣା କୋର୍ଟକୁ କୌଣସି ପ୍ରକାର ଦୋଶ ଦେଇ ନାହାନ୍ତି । ଏବଂ ସେ କହିଛନ୍ତି କୋର୍ଟ ଯାହାବି ଫଇସଲା ନେବେ ତାହା ନିଶ୍ଚୟ ଠିକ ହୋଇଥିବ ।