ଜନ୍ମଦିନ ଅବସରରେ ପବନରେ ଗୁଳି ଫୁଟାଇଲେ ଯୁବକ : ୮ବର୍ଷୀୟ ପୁଅର ଗାଲରେ ବାଜିଲା ଗୁଳି ଓ ତା’ପରେ…

216

ପୂର୍ବୋତ୍ତର ଦିଲ୍ଲୀର ନ୍ୟୁ ଉସ୍ମାନପୁରରେ ୪୨ ବର୍ଷୀୟ ବ୍ୟକ୍ତି ଉତ୍ସବ ପାଳନ ସମୟରେ ଗୁଳି ଫୁଟାଇଲେ, ଯାହାକି ତାଙ୍କର ନାବାଳକ ପୁଅକୁ ଲାଗିଲା ଓ ତା’ର ମୃତ୍ୟୁ ଘଟିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତର ନାମ ୟାସିନ । ଜନତା ଦଳ ୟୁନାଇଟେଡର ପୂର୍ବତନ ବିଧାୟକ ରାଜୁ ସିଂହ ଦ୍ୱାରା ନୂଆବର୍ଷର ପୂର୍ବ ସନ୍ଧ୍ୟା ଫତେହପୁର ସ୍ଥିତ ଏକ ଫାର୍ମ ହାଉସରେ ଉତ୍ସବରେ କରାଯାଇଥିବା ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହେବାର କିଛି ଦିନ ପରେ ଏହି ଘଟଣା ସାମନାକୁ ଆସିଛି ।

୩୧ ଡିସେମ୍ବରକୁ ନ୍ୟୁ ଉସ୍ମାନପୁର ଥାନାରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଲାଗିବାର ସୂଚନା ମିଳିଲା । ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଲେ କି, ଜନ୍ମଦିନ ପାଳନ ସମୟରେ ଫୁଟାଯାଇଥିବା ଗୁଳିରେ ୮ବର୍ଷୀୟ ଶିଶୁ ରେହାନଙ୍କ ଡାହାଣ ଗାଲରେ ଗୁଳି ବାଜିଥିଲା । ଶିଶୁକୁ ତୁରନ୍ତି ହସପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କଲେ ସେ କହିଲେ କି, ଏହାପରେ ମାମଲା ରୁଜୁ କରାଯାଇଛି ।