କନକ ବ୍ୟୁରୋ : ଚଳନ୍ତା ଟ୍ରେନରେ ଚଢିବା ବେଳେ କିମ୍ବା ଓହ୍ଲାଇବା ବେଳେ ଲୋକେ ତଳେ ପଡିଯିବାର ଘଟଣା ଆମେ ଅନେକ ଦେଖିଛେ । ଟ୍ରେନରୁ ପଡିଯାଇ ମଧ୍ୟ ଅନେକ ଲୋକ ଗୁରୁତର ଆହତ ହୋଇଥାନ୍ତି । ବେଳେ ବେଳେ କିଛି ଲୋକଙ୍କ ଜୀବନ ଚାଲିଯାଇଥାଏ ତ ଆଉ କିଛି ଲୋକ ବଞ୍ଚିଯାଇଥାନ୍ତି । କିନ୍ତୁ କେବେ ଦେଖିଛନ୍ତି କି, ୧୧୦ କିମି ବେଗରେ ଗତିକରୁଥିବା ଟ୍ରେନରୁ କୌଣସି ଲୋକ ଖସିପଡିବାର । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶରୁ ଆସିଛି ।

Advertisment

ଉତ୍ତରପ୍ରଦେଶର ଶାହଜାହାଁପୁରରୁ ଆଶ୍ଚର୍ଯ୍ୟ କଲାଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି, ୧୧୦ କିମି ବେଗରେ ଗତି କରୁଥିବା ଟ୍ରନରୁ ଜଣେ ଯୁବକ ଅଚାନକ ଖସିପଡୁଛନ୍ତି । ଆଉ ପ୍ଲାଟଫର୍ମରେ ପଡି ବହୁ ଦୂର ପର୍ଯ୍ୟନ୍ତ ଘୋଷାଡି ହୋଇ ଚାଲିଯାଉଛି । ଏହା ଦେଖି ପ୍ଲାଟଫର୍ମରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ଚକ୍କିତ ହୋଇଯାଇଛନ୍ତି । କିନ୍ତୁ ଯୁବକ ଜଣକଙ୍କର କିଛି ବି ହୋଇନଥିଲା । ପ୍ଲାଟଫର୍ମରେ ଅନେକ ଦୂର ଘୋଷାଡି ହୋଇ ଯିବା ପରେ ବି ସେ ଉଠିକି ସଙ୍ଗେ ସଙ୍ଗେ ଚାଲିବାକୁ ଲାଗିଥିଲେ । ଆଉ ଦେଖୁ ଦେଖୁ ପ୍ଲାଟଫର୍ମରୁ କେଉଁଆଡେ ଚାଲିଯାଇଥିଲେ । ତେବେ ଯୁବକ ଜଣକ କିଏ, କେଉଁଠୁ ଆସିଥିଲେ, କେମିତି ଟ୍ରେନରୁ ଖସିପଡିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।