ବିଦ୍ୟୁତ୍ ଆଘାତରେ ଦୁଇ ମୃତ । ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଜଣଙ୍କର ଜୀବନ, ଜଣେ ଗୁରୁରତ

533

କନକ ବ୍ୟୁରୋ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ସହଦେବ ସାହୁ ଓ ଦେବାନନ୍ଦ ସାହୁ ବୋଲି ଜଣାପଡିଛି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଅରୁପାନନ୍ଦ ସାହୁ ବୋଲି ପରିଚୟ ମିଳିଛି ।

ବାରାହା ଶିକାର କରିବା ପାଇଁ କେହି ୧୧କେଭି ତାରରେ ହୁକ୍ ପକାଇ ଖୋଲା ଜମିରେ ବାଇଣ୍ଡିଙ୍ଗ୍ ତାର ବିଛାଇଥିଲା । ସକାଳୁ ଏମାନେ ଶୌଚ ପାଇଁ ଯାଇଥିବାବେଳେ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ କିଏ ଏହି ତାର ବିଛାଇଥିଲା ଜଣା ପଡିନାହିଁ । ସୁବଳୟା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଦୁଇଟି ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି ।