କନକ ବ୍ୟୁରୋ: ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । ନୂଆପଡ଼ାରେ ସୁନାବେଡା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଥିଲା । ୨୪ ଘଂଟାରେ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲା । ମହିଳାଙ୍କୁ ଆକ୍ରମଣର ୨୪ ଘଂଟା ନ ପୁରୁଣୁ ଆଉ ଜଣେ ୮ବର୍ଷର ଶିଶୁକୁ ଆକ୍ରମଣ କରିଥିଲା ବାଘ । ୮ ବର୍ଷର ଶିଶୁ ନୀଳକଣ୍ଠ ବରିହାକୁ ଘର ସମ୍ମୁଖରେ ଖେଳୁଥିବାବେଳେ ବାଘ ଝାମ୍ପି ନେବାକୁ ଉଦ୍ୟମ କରିଥିଲା । ଶିଶୁର ଅବସ୍ଥା ଗୁରୁତର ରହିଛି । ଧରମବନ୍ଧା ଫାଣ୍ଡି ଅନ୍ତର୍ଗତ କୋଦୋପାଲି ଗାଁରେ ଶିଶୁକୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲା ବାଘ । ଶିଶୁର କାନରେ ଆଘାତ ଲାଗିଛି । ସୁନାବେଡା ଅଭୟାରଣ୍ୟ ନିକଟରେ ଏହି ଗାଁ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଅଂଚଳ ବଫର ଜୋନରେ ଆସୁଥିବାରୁ ବନ୍ୟଜନ୍ତୁମାନେ ଖାଦ୍ୟ ପାଇଁ ଚାଲି ଆସୁଥିବା ଖଡିଆଳ ବନଖଣ୍ଡ ଅଧିକାରୀ କହିଛନ୍ତି । ଶୁକ୍ରବାର ସିଲେରି ବାହାରା ଗାଁର ଜଣେ ମହିଳାଙ୍କୁ ବାଘ ମାରିଦେଇଥିବା ଅଭିଯୋଗ କରିଥିଲେ ଗାଁଲୋକ । ବାଘ ମହିଳାଙ୍କୁ ନେଇଥିବା ବେଳେ ଗତକାଲି ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । କିଛି ଦିନ ତଳେ କୁନି ଶିଶୁ ବାହାରେ ଖେଳୁଥିବା ବେଳେ ବାଘ ଟାଣି ନେଇଥିଲା ।