କନକ ବ୍ୟୁରୋ : ଅଳ୍ପକେ ବଞ୍ଚିଗଲା ଜୀବନ । ଜୀବନଙ୍କୁ ବାଜି ଲଗାଇ ସମୁଦ୍ର ଭିତରୁ ଯୁବକଙ୍କୁ ଉଦ୍ଧାର କଲେ ସିଭିଲ ଡିଫେନ୍ସ କର୍ମଚାରୀ । ଦୀଘା ବେଳାଭୂମିରେ ସେଲଫି ନେବା ବେଳେ ରୋହନ ମଲ୍ଲିକ ନାମକ ଜଣେ ୨୧ ବର୍ଷିୟ ଯୁବକ ସମୁଦ୍ରରେ ଭାସି ଯାଇଥିଲେ । ସାଙ୍ଗମାନଙ୍କ ସହ ବେଳାଭୁମି ବୁଲିବାକୁ ଆସି ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଥିଲା ।
ଉଦ୍ଧାରକାରୀ ଟିମ୍ ପହଂଚି ଯୁବକଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଦୀଘା ମେଡ଼ିକାଲରେ ଭର୍ତି କରିଛନ୍ତି । ଚିକିତ୍ସା ପରେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଯୁବକଙ୍କ ଘର ପଶ୍ଚିମବଙ୍ଗ ପରଗାନା ହବ୍ରା ଥାନା ଅନ୍ତର୍ଗତ କାଲିନା ଗାଁରେ । ରମଜାନ ପରେ ୧୦ ଜଣ ସାଙ୍ଗଙ୍କ ସହ ବେଳାଭୂମି ବୁଲିବାକୁ ଆସି ସେଲଫି ନେଲାବେଳେ ଏଭଳି ଅଘଟଣ ଘଟିଛି । ତେବେ ସୌଭାଗ୍ୟବସତଃ ଅଘଟଣରେ କେହି ମୃତାହତ ହୋଇନାହାନ୍ତି ।