ରାସ୍ତାର ଅସଲି ଚିତ୍ର ଦେଖାଇବା ପାଇଁ ମହାକାଶ ଯାତ୍ରୀ ହେଲେ କଳାକାର ! ଅଧ ରାତିରେ ସଡକ ଉପରେ ଚାଲିଲେ, ଲୋକେ ଦେଖି ଆଶ୍ଚର୍ଯ୍ୟ ହେଲେ

396

କନକ ବ୍ୟୁରୋ : ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନୂଆ ଚିନ୍ତା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅନେକ ସମୟରେ ବିଭିନ୍ନ ଶୈଳୀରେ ନିଜର ଭାବନାକୁ ସରକାରଙ୍କ ପାଖରେ ପହଂଚାଇବା ପାଇଁ ନୂଆ ନୂଆ କୌଶଳ ଆପଣାଇଥାଆନ୍ତି ଲୋକେ । ତେବେ ବେଂଗାଲୁରୁର ଜଣେ କଳାକାର ଏମିତି କିଛି କାର୍ଯ୍ୟ କରିଛନ୍ତି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ମଧ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏକ ରାସ୍ତାର ଅବସ୍ଥା ଏପରି ଖରାପ ହୋଇଥିଲା ଯେ, ତାହା ଉପରେ କାହାର ଧ୍ୟାନ ପଡୁନଥିଲ । ।ତେଣୁ ନିଜ ବୁଦ୍ଧି ଖଟାଇଥିଲେ ଜଣେ କଳାକାର ।

କୁହାଯାଏ, କଳାକାରଙ୍କ ଭାବନାର କୌଣସି ସୀମା ନଥାଏ। କଳାକାରଙ୍କ ଏହି ଭାବନା ହେତୁ ସେମାନଙ୍କୁ ସାଧାରଣ ଜନତାଠାରୁ ସ୍ୱତନ୍ତ୍ର କରି ରଖିଥାଏ। ବେଙ୍ଗାଲୁରୁର କଳାକାର ବାଦଲ ଏନ୍ ସ୍ୱାମୀ ପ୍ରଥମରୁ ନିଜର କଳାର ଯାଦୁରେ ପ୍ରଶାସନଙ୍କ ଧ୍ୟାନ ଜନସମସ୍ୟା ଆଡକୁ ଆକର୍ଷିତ କରିଥାଆନ୍ତି। ଚଳିତ ଥର ସେ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ବାଦଲ ମୈସୁରର ଏକ ଥିଏଟର ଆର୍ଟିଷ୍ଟ ପୁରନ ଚନ୍ଦ୍ରଙ୍କୁ ବେଙ୍ଗାଲୁରୁର ଯଶବନ୍ତପୁର ଅଞ୍ଚଳରେ ଆବଡାଖାବଡା ରାସ୍ତାରେ ମହାକାଶ ଯାତ୍ରୀ ବନାଇ ଏମିତି ଚଲାଇଥିଲେ କି ଲୋକମାନେ ବାସ୍ତବରେ ମହାକାଶ ଯାତ୍ରୀ ସଡ଼କରେ ଚାଲୁଥିବା ଭାବି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। 

ବାଦଲ ଏମିତି ପୋଷାକ ପୁରନ ଚନ୍ଦ୍ରଙ୍କୁ ପିନ୍ଧାଇବା ପୂର୍ବରୁ ଆର୍ଟ ଓ୍ଵାର୍କ କରିଥିଲେ। ଥିଏଟର ଆର୍ଟିଷ୍ଟ ବି ନିଜ ଚାଲିକୁ ଏମିତି କରିଥିଲେ ଯେମିତି କି ସେ ବାସ୍ତବରେ ଚନ୍ଦ୍ରର ଆବଡାଖାବଡା ରାସ୍ତାରେ ଚାଲୁଛନ୍ତି। ଏହି ପୂରା ଘଟଣା ପଛରେ ବେଙ୍ଗାଲୁରୁ ସହର ସଡ଼କର ଅବସ୍ଥା ଦେଖାଇବାର ଲକ୍ଷ୍ୟ ରଖିଥିଲେ ବାଦଲ ।