କନକ ବ୍ୟୁରୋ: ଆଜିକା ଦିନରେ କେହି ଧନୀ ହେବାକୁ ବେଆଇନ କାମ କରୁଥିବାବେଳେ ଆଉ କେହି ନିଜର ସର୍ବସ୍ୱ ଦାନ କରିଦେଇ ଶାନ୍ତି ପାଉଛି । ଏଭଳି ଜଣେ ବଦାନ୍ୟ ବ୍ୟକ୍ତି ହେଉଛନ୍ତି ପଞ୍ଜାବ ଶ୍ରୀ ମୁକ୍ତିସରସାହିବର ବାସିନ୍ଦା ବଲଜିତ୍ ସିଂହ ।

Advertisment

ନିଜର କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ସହ ଏକାଧିକ ଦାମୀ କାର ସବୁକିଛି ନିଜ କର୍ମଚାରୀଙ୍କ ନାଁରେ କରିଦେଇଛନ୍ତି । ସୂଚନା ମୁତାବକ, ବଲଜିତଙ୍କର କୌଣସି ସନ୍ତାନସନ୍ତତି ନାହାଁନ୍ତି । । ୨୦୧୧ରେ ତାଙ୍କ ସ୍ତ୍ରୀଙ୍କର ପରଲୋକ ହୋଇଯାଇଥିଲା । ତା’ପୂର୍ବରୁ ନିଜର ସବୁ ସମ୍ପତ୍ତି ଦାନ କରିଦେବାକୁ ଉଭୟ ସ୍ୱାମୀ ସ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ସମ୍ପତ୍ତି ସମ୍ପର୍କୀୟମାନେ ନେଇଯିବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇନଥିଲା ।

ସ୍ତ୍ରୀଙ୍କ ପରଲୋକ ପରେ ନିଜର ପାଖାପାଖି ୩୦ ଏକର ସମ୍ପତ୍ତି, ବଙ୍ଗଳା ସବୁକିଛି ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଦାନ କରିଥିଲେ । ଏହାସହ ଅନ୍ୟ ୨ ବ୍ୟକ୍ତିଙ୍କ ନାଁରେ ମଧ୍ୟ ୩ ଏକର ଓ ୬ ଏକର ଜମି କରିଦେଇଛନ୍ତି । ଏଥିରେ ତାଙ୍କୁ ପରମ ସନ୍ତୋଷ ମିଳିଛି ବୋଲି କହିଛନ୍ତି ବଲଜିତ୍ । ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।