ନାତିଙ୍କୁ ଲକ୍ଷପତି କରିଦେଲା ଜେଜେଙ୍କ ୫୦୦ ଟଙ୍କା । ୧୯୯୪ ମସିହାରେ ୫୦୦ ଟଙ୍କାରେ ଏସବିଆଇର ଅଂଶଧନ କିଣିଥିଲେ ଜେଜେ । ଏବେ ମୂଲ୍ୟ ୩ ଲକ୍ଷ ୭୫ ହଜାର

639

କନକ ବ୍ୟୁରୋ: ନାତିଙ୍କୁ ଲକ୍ଷପତି କରିଦେଲା ଜେଜେଙ୍କ ୫୦୦ ଟଙ୍କା । ୧୯୯୪ ମସିହାରେ ୫୦୦ ଟଙ୍କାରେ ଏସବିଆଇର ଅଂଶଧନ ତଥା ସେୟାର କଣିଥିଲେ ଜେଜେ । ପ୍ରତି ସେୟାରର ମୂଲ୍ୟ ୧୦ ଟଙ୍କା ଲେଖାଏଁ ଥିବା ବେଳେ ୫୦ ଟି ସେୟାର କିଣିଥିଲେ ଜେଜେ । ପରେ ଏ ସମ୍ପର୍କରେ ଭୁଲିଯାଇଥିଲେ ଜେଜେ । ନାତି ତଥା ଚଣ୍ଡିଗଡ଼ର ଶିଶୁ ରୋଗ ବିଶେଷଞ୍ଜ ଡାକ୍ତର ତନ୍ମୟ ମୋତିୱାଲା ଏବେ ଘରେ ପୁରୁଣା କାଗଜପତ୍ର ଖେଳାଉଥିବା ବେଳେ ଜେଜେ କିଣିଥିବା ଏସବିଆଇ ସେୟାର ପାଇଥିଲେ । ଯାହାର ମୂଲ୍ୟ ଏବେ ୩ ଲକ୍ଷ ୭୫ ହଜାର ଛୁଇଁଛି । ଦେଖିବାକୁ ଗଲେ ୩୦ ବର୍ଷ ମଧ୍ୟରେ ସେହି ୫୦୦ ଟଙ୍କାର ସେୟାରର ୭୫୦ ଗୁଣା ବୃଦ୍ଧିପାଇ ୩ ଲକ୍ଷ ୭୫ ହଜାର ଟଙ୍କା ଛୁଇଁଛି । ଉକ୍ତ ଏସବିଆଇ ସେୟାର ଫଟୋ ଡାକ୍ତର ତନ୍ମୟ ମୋତିୱାଲା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।