କନକ ବ୍ୟୁରୋ : ସୁନ୍ଦରଗଡ଼ରେ କାନ୍ଥ ଭୁଶୁଡ଼ି ପଡିବାରୁ ଗଲା ଜୀବନ । ଲଗାଣ ବର୍ଷା ଯୋଗୁ ଜରଙ୍ଗଲୋଇ ଗାଁର କୁରୁନାଥ କାନ୍ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । କୁରୁନାଥଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖରେ ଶୋଇଥିବା ଛୋଟ ପିଲାଟି ଅଳ୍ପକେ ବର୍ତ୍ତି ଯାଇଛି । କୁରୁନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।