କନକ ବ୍ୟୁରୋ : ସଫା କରୁଥିବା ମେସିନ୍ ଭିତରେ ଲାଖି ନୋଏଡ଼ାର ସ୍ପେଶାଲ ଇକୋନୋମିକ୍ସ ଜୋନରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କର ମୃତୁ ଘଟିଛି। ନୋଏଡ଼ାର ଫେଜ୍ ଟୁ ଥାନା ଅଧୀନ ଏକ ପ୍ଲାଷ୍ଟିକ୍ କାରଖାନାରେ ଦୁର୍ଘଟଣାଟି ଘଟିଛି। ମୃତ ଲୋକଟିର ନାମ ଓ୍ଵାଜିଦ୍ ଓ ତାଙ୍କୁ ୨୫ ବର୍ଷ ହୋଇଥିଲା। ଭିତରେ ପତ୍ର ଥିବା ଗୋଟାଏ ବଡ଼ ଆକାର ମେସିନ୍କୁ ଓ୍ଵାଜିଦ୍ ସଫା କରୁଥିବା ବେଳେ କେହି ଜଣେ ସେଥିରେ ଭୁଲବଶତଃ ସୁଇଚ୍ ଟିପି ଦବାରୁ ସେ ମେସିନ୍ ଭିତରେ ଲାଖି ଯାଇଥିଲେ। ପାଖରେ ଥିବା କର୍ମଚାରୀମାନେ କ’ଣ ହେଲା ବୋଲି ଜାଣିବା ଆଗରୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।
ମେସିନରୁ ଶବ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସମଗ୍ର ଘଟନା ସିସିଟିଭିରେ ରେକର୍ଡ ହୋଇଛି। ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ହାଜର ହୋଇଥିଲା। ମୃତ୍ୟୁ ଖବର ପାଇ ୱାଜିତଙ୍କ ପରିବାର ମଧ୍ୟ ସେଠାରେ ପହଞ୍ଚିଥିଲେ। ୱାଜିତଙ୍କ ଭାଇ ଏତଲା ଦେବା ପରେ ଦୁଇ ଜଣଙ୍କୁ ନରହତ୍ୟା ଅଭିଯୋଗରେ ବୁକ୍ କରାଯାଇଛି। ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି। ବିହାର ଛପ୍ରା ଜିଲ୍ଲାବାସୀ ଓ୍ଵାଜିଦ୍ ଏବଂ ତାଙ୍କ ପରିବାର କିଛି ଦିନ ହେବ ନୋଏଡ଼ାରେ ବସବାସ କରୁଛନ୍ତି।
Follow Us