ଉତ୍ତରପ୍ରଦେଶର ବିଜନୋରରେ ପୋଲିସ୍ ଉପରେ ଏକ ଗମ୍ଭୀର ଅଭିଯୋଗ ଆସିଛି ଯେ ଗାଡି ଚେକିଙ୍ଗ୍ କରୁଥିବା ସମୟରେ ପୋଲିସ୍ ଜଣେ ଯୁବକଙ୍କୁ ଏତେ ଅଧିକ ପିଟିଥିଲେ ଯେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଉକ୍ତ ଘଟଣାକୁ ବିରୋଧ କରି ଯେତେବେଳେ ସ୍ଥାନୀୟ ଲୋକ ଥାନା ଘେରାଉ କରିଥିଲେ ତାଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା । ପୋଲିସ୍ ର କହିବା ଅନୁସାରେ ଯୋଗେନ୍ଦ୍ର ନାମକ ଜଣେ ବ୍ୟକ୍ତିକୁ ଏଥିପାଇଁ ଅଟକ ରଖାଯାଇଥିଲା । କିନ୍ତୁ ସେ ନିଜେ ପଡିଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଯୋଗେନ୍ଦ୍ରଙ୍କ ଭାଇ ମନଜିତ୍ କୁମାରଙ୍କ କହିବାନୁସାରେ ଗାଡି ଚେକିଙ୍ଗ୍ ଚାଲିଥିବା ସମୟରେ ପୋଲିସ୍ ଯୋଗେନ୍ଦ୍ରଙ୍କ ଗାଡିକୁ ଅଟକାଇଥିଲେ ଏବଂ କାଗଜପତ୍ର ମାଗିଥିଲେ । କିନ୍ତୁ ଯୋଗେନ୍ଦ୍ର କିଛି ସମୟ ପରେ କାଗଜପତ୍ର ଆସିବା କଥା କହିଥିଲେ । ଏହାପରେ ପୋଲିସବାବୁମାନେ ରାଗି ଯାଇ ଉକ୍ତ ଯୁବକଙ୍କୁ ଧୁମ୍ ପିଟିଥିଲେ ।
ଯୋଗେନ୍ଦ୍ର ମନଜିତଙ୍କୁ ଫୋନ୍ କରି ପୋଲିସ୍ ପିଟିଥିବା କଥା କହିଥିଲେ । ଯେତେବେଳ ପର୍ଯ୍ୟନ୍ତ ମନଜିତ୍ ସେଠାରେ ପହଁଚନ୍ତି ଯୋଗେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ଯୋଗେନ୍ଦ୍ରଙ୍କ ସହ ମାରପିଟ୍ ହେଉଥିବା ସମୟରେ ତାଙ୍କ ପୁଅ ମଧ୍ୟ ତାଙ୍କ ସହ ଥିଲା । ଘଟଣାରେ କ୍ରୋଧ ଜାହିର କରି ପରିଜନ ଥାନା ଘେରାଉ କରିଥିଲେ କିନ୍ତୁ ପୋଲିସ୍ ପରିଜନଙ୍କ ଉପରକୁ ଲାଠିଚାର୍ଜ କରିଥିଲେ । କିନ୍ତୁ ପୋଲିସ୍ ଘଟଣାକୁ ମିଥ୍ୟା କହି ପଡିବା କାରଣରୁ ଯୋଗେନ୍ଦ୍ରଙ୍କ ମୃତ୍ୟୁ ହେଉଥିବା କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/KK-1.jpg)
/kanak/media/post_attachments/wp-content/uploads/2019/06/up-police-300x200.jpg)