ମଝି ଆକାଶରେ ମୃତ୍ୟୁ: ଛାତିରେ ଯନ୍ତ୍ରଣା ହେବାରୁ ଭୁବନଶ୍ୱରରେ ଜରୁରୀ ଅବତରଣ କଲା ବିମାନ, ହସ୍ପିଟାଲରେ ଚାଲିଗଲା ଜୀବନ

460

କନକ ବ୍ୟୁରୋ: ବିମାନ ମଝି ଆକାଶରେ ଥିବା ବେଳେ ହୃଦଘାତରେ ଯାତ୍ରୀ ମୃତ । କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ୯୪୬ ବିମାନରେ ଘଟିଛି ଏହି ଅଘଟଣ । ଇଣ୍ଡିଗୋ ବିମାନରେ ଯାଉଥିବା ଜଣେ ଯାତ୍ରୀ ଶ୍ୱାସ କ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ବିମାନ । ସଂପୃକ୍ତ ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା, ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଛନ୍ତି ଡାକ୍ତର ।

ମୃତକ ହେଉଛନ୍ତି ଆସାମ ସିଲଚରର ୫୯ ବର୍ଷ ବୟସ୍କ ଜୟବ୍ରତ ଘୋଷ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଏଣୁ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ କୋଲକାତା ଓ ପରେ ହାଇଦ୍ରାବାଦ ନେଉଥିଲେ । ପିତକୋଷ ଜନିତ ରୋଗରେ ପୀଡିତ ଜୟବ୍ରତ ଘୋଷଙ୍କର ଯାତ୍ରା ସମୟରେ ମଝି ଆକାଶରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ତେଣୁ ତୁରନ୍ତ ଚିକିତ୍ସା ପାଇଁ ବିମାନର ଗତିପଥ ବଦଳାଇ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା ।