କନକ ବ୍ୟୁରୋ: ବୌଦ୍ଧ କୁଲାରୀକୁଦା ମହାନଦୀ ଘାଟରେ ରତ୍ନ ପଥର ଖନନ ବେଳେ ଅଘଟଣ । ଗତକାଲି ଠାରୁ ପଥର ସନ୍ଧିରେ ଫସିରହିଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ରତ୍ନପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଶ୍ରମିକ ଏକ ବିରାଟ ପଥରରେ ଫସିଯାଇଥିଲେ । ତେବେ ସେହି ସମୟରେ ୧୦ରୁ ୧୨ଜଣ ଶ୍ରମିକ କାମ ବନ୍ଦ କରି ଖାଇବାକୁ ଯାଇଥିଲେ ଏବଂ ଜଣେ ମାତ୍ର ଶ୍ରମିକ କାମରେ ଲାଗିଥିବା ବେଳେ ପଥର ସନ୍ଧିରେ ଚାପି ହୋଇଯାଇଥିଲେ । ପରେ ଶ୍ରମିକ ମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସଫଳ ନହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାର ୬ଘଣ୍ଟା ପରେ ରାତି ପ୍ରାୟ ୧୦ଟା ବେଳେ ଅଗ୍ନିଶମ ବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବିଶାଳକାୟ ପଥରକୁ ହଟାଇବା ସମ୍ଭବ ହୋଇନଥିଲା । ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।