ଏମିତି ବି ଆସେ ମୃତ୍ୟୁ । ବ୍ୟାଡମିଣ୍ଟନ ଖେଳୁ ଖେଳୁ ଚାଲିଗଲା ଜୀବନ ।

ଏମିତି ବି ଆସେ ମୃତ୍ୟୁ । ବ୍ୟାଡମିଣ୍ଟନ ଖେଳୁ ଖେଳୁ ଚାଲିଗଲା ଜୀବନ ।

କନକ ବ୍ୟୁରୋ : ବ୍ୟାଡମିଣ୍ଟନ ଖେଳୁଖେଳୁ ଚାଲିଗଲା ଜୀବନ । ହୃଦଘାତରେ ଜଣେ ୫୨ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ମେଡିକାଲ ଟିମ୍ ତାଙ୍କୁ ସିପିଆର ଦେଇ ବଂଚାଇବାକୁ ଚେଷ୍ଟା କରୁଛନ୍ତି । ନୋଏଡା ଷ୍ଟାଡିୟମରୁ ଆସିଛି ଏଭଳି ଦୃଶ୍ୟ । ମୃତକ ଜଣଙ୍କ ନୋଏଡା ସେକ୍ଟର ୧୧ରେ ରହୁଥିବା ମହେନ୍ଦ୍ର ଶର୍ମା ବୋଲି ସୂଚନା ମିଳିଛି ।

ପୋଲିସ ସୂଚନା ମୁତବାକ, ମହେନ୍ଦ୍ର ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହଠାତ୍ ହୃଦଘାତର ଶୀକାର ହୋଇଥିଲେ । ସେଠାରେ ଥିବା ମେଡିକାଲ ଟିମ ତାଙ୍କୁ ସିପିଆର ଦେଇଥିଲେ । ହେଲେ କିଛି ଫଳପ୍ରଦ ନହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe