ସାଧାରଣତଃ ଭଲ ସ୍ୱାମୀଟିଏ ପାଇବା ପାଇଁ ଝିଅ ମାନେ ବିଭିନ୍ନ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି ଭଲ ଜୀବନସାଥୀଟିଏ ପାଇଁ ପୁରୁଷମାନେ ଷୋଳ ଶୃଙ୍ଗାର କରିବା ! କିନ୍ତୁ କେରଳରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଏହି ପୂଜା କରିବା ପାଇଁ ପୁରୁଷ ମାନଙ୍କୁ ଶାଢୀ ଓ ଶଙ୍ଖାସିନ୍ଦୁର ପିନ୍ଧି ଯିବାକୁ ପଡିଥାଏ । ଆଉ ସେମାନଙ୍କୁ ଦେଖିଲେ କେହିବି ଜାଣିପାରିବ ନାହିଁ କିଏ ପୁରୁଷ ଆଉ କିଏ ମହିଳା । ଦୈନିକ ଜାଗରଣରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମନ୍ଦିରରେ କୋଟ୍ଟୁନକୁଲଙ୍ଗରା ଦେବୀ ପୂଜା ପାଇଥାନ୍ତି । ଆଉ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ମାର୍ଚ୍ଚ ୨୩ ଓ ୨୪ ତାରିଖରେ ଏଠାରେ ଏକ ଉତ୍ସବ ପାଳନ କରାଯାଏ । ଯେଉଁଠାରେ ଉଭୟ ପୁରୁଷ ଓ ମହିଳା ଏକାପରି ବେଶ ହୋଇ ଭଲ ଜୀବନସାଥୀଟିଏ ଏହି ପୂଜା କରିଥାନ୍ତି ।