ରାଜଧାନୀରେ ଅଭାବନୀୟ ଘଟଣା ! ଆମ୍ବ ତୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ ।

1,048

ରାଜଧାନୀର ଜୟଦେବ ବିହାର ଠାରୁ ଅଧ କଲୋମିଟର ଦୂରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଆମ୍ବ ତୋଳିବାକୁ ଯାଇ ରବିବାର ଅପରାହ୍ନରେ ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟାରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ‘ପାଲ ହାଇଟସ୍’ ନିଟକସ୍ଥ ଏକ ଆମ୍ବ ଗଛକୁ ଜଣେ ଯୁବକ ରାସ୍ତା କଡ଼ରେ ସାଇକେଲ ରଖି ଆମ୍ବ ତୋଳିବାକୁ ଚଢ଼ିଥିଲେ । ଆମ୍ବ ତୋଳୁଥିବା ବେଳେ ସେ କୌଣସି ପ୍ରକାରରେ ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଗଛରେ ଥାଇ ମୃତ୍ୟୁ ହୋଇଥିଲା ।

ଅଳ୍ପ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଜଣେ ଯୁବକ ଗଛ ଉପରେ ଝୁଲି ରହିଥିବା ଦେଖିଥିଲେ । ସ୍ଥାନୀୟ ଲୋକେ ପୁଲିସ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଓ ଦମକଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି । ମୃତଦେହକୁ ପୁଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସଂପୃକ୍ତ ବ୍ୟକ୍ତିର ପରିଚୟ ମିଳିନାହିଁ ।